ରାଉରକେଲା : ଜାତୀୟ ହକି ଖେଳାଳୀ ଜ୍ୟୋତି ଛତ୍ରୀଙ୍କ ପରିବାରକୁ ମିଳିବ ଘର ଢ଼ିହ ଜମି।। ରହୁଥିବା ସରକାରୀ ଜମିରୁ ଉଚ୍ଛେଦ ହେବେ।
ରାଉରକେଲା : ୨୧/୨ ସତ୍ୟାନ୍ୟୁଜ) ଜ୍ୟୋତିଙ୍କ ପରିବାରକୁ ରହିବାକୁ ମିଳିବ ଘର ଢ଼ିହ ଜମି। ଏଥିପାଇଁ ଜମି ଚିହ୍ନଟ ଲାଗି ଲାଠିକଟା ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ। ଜ୍ୟୋତି ଛତ୍ରୀ ଏବେ ଭାରତୀୟ ମହିଳା ହକି ଦଳରେ ଖେଳୁଛନ୍ତି। ସେ ତାଙ୍କ ପରିବାର ସହ ପାନପୋଷ କ୍ରୀଡା ଛାତ୍ରାବାସ ନିକଟରେ ରହନ୍ତି। ଜ୍ୟୋତିଙ୍କ ବାପା , ମା ଦୀର୍ଘ ୩୫ ବର୍ଷ ହେଲା ଏହି ସ୍ଥାନରେ ଘର କରି ରହିଛନ୍ତି। କିନ୍ତୁ ଏବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କ ଘର ଥିବା ଜମିକୁ ଖାଲି କରାଯିବା ନେଇ ନୋଟିସ ଦିଆଯାଇଛି। ଶଙ୍ଖ ନଦୀ ଉପରେ ହେଉଥିବା ବ୍ରିଜ ର ସଂଯୋଗକାରୀ ରାସ୍ତା ପାଇଁ ଉକ୍ତ ଜମି ଆବଶ୍ୟକ ପଡୁଛି। ତେବେ ବ୍ରିଜ ହେଉଥିବାରୁ ଲୋକଙ୍କ ସୁବିଧା ହେବା ନେଇ ଜ୍ୟୋତି ଖୁସି ବ୍ୟକ୍ତ କରିଛନ୍ତି। ଏହା ସହ ନିଜ ଜମି ଯାଉଥିବାରୁ ଚିନ୍ତାରେ ମଧ୍ୟ ଅଛନ୍ତି ଜ୍ୟୋତି। ମାତ୍ର ତାଙ୍କ ଜମି ଯାଉଥିବାରୁ ସରକାର ତାଙ୍କୁ ଏବଂ ତାଙ୍କ ପରିବାରକୁ ସପୋର୍ଟ ଦେବେ ବୋଲି ସେ ଆଶା ରଖିଛନ୍ତି।