ରାଉରକେଲା : ଭାରତୀୟ ମହିଳା ହକି ଦଳ ଖେଳାଳୀ ଜ୍ୟୋତି କ୍ଷତ୍ରୀଙ୍କୁ ସରକାର ଦେଲେ ସାଢ଼େ ୧୨ ଲକ୍ଷ ପ୍ରତ୍ସହୋନ ରାଶି।

0 441

ରାଉରକେଲା : ୨୧/୨ (ସତ୍ୟାନ୍ୟୁଜ) ରାଉରକେଲା ତଥା ଓଡ଼ିଶାର ଗର୍ବ ଜ୍ୟୋତି କ୍ଷତ୍ରୀ। ମାତ୍ର ୨୦ ବର୍ଷ ବୟସରେ ଭାରତୀୟ ମହିଳା ହକି ଦଳରୁ ସେ ଖେଳୁଛନ୍ତି । ନିକଟରେ ରାଉରକେଲା ବିରସା ମୁଣ୍ଡା ହକି ଷ୍ଟାଡିଅମରେ ସେ ଭାରତୀୟ ମହିଳା ହକି ଦଳ ପକ୍ଷରୁ ହକି ପ୍ରୋ ଲିଗ୍ ଖେଳି ବେଶ ପ୍ରଶଂସା ପାଇଛନ୍ତି। ଭାରତୀୟ ମହିଳା ହକି ଟିମ୍ କୁ ପ୍ରତିନିଧିତ୍ୱ କରି ସେ ବହୁ ପଦକ ପାଇଛନ୍ତି। ଗତକାଲି ରାଜ୍ୟ ସରକାର ଏଥିପାଇଁ ତାଙ୍କୁ ୧୨ ଲକ୍ଷ ୫୦ ହଜାର ଟଙ୍କା ପ୍ରତ୍ସାହନ ରାଶି ପ୍ରଦାନ କରିଛନ୍ତି। ରାଉରକେଲା ପାନପୋଷ କ୍ରୀଡା ଛାତ୍ରାବାସରେ ସେ ହକି ପ୍ରଶିକ୍ଷଣ ନେଇଥିଲେ। ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ନଭଲ ଟାଟା ହକି ଏକାଡେମୀରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ। ଭାରତୀୟ ମହିଳା ହକି ଦଳ ଜୁନିଅର ଟିମ୍ ରେ ଖେଳିବା ପରେ ସେ ୨୦୨୩ରେ ସିନିୟର ଟିମ୍ ରେ ସାମିଲ ହୋଇଥିଲେ। ୨୦୨୪ ରେ ବିରସା ମୁଣ୍ଡା ଷ୍ଟାଡିଅମରେ ମହିଳା ହକି ପ୍ରୋ ଲିଗ୍ ଖେଳିବାକୁ ସୁଯୋଗ ପାଇଥିବାରୁ ସେ ବେଶ ଖୁସି ଅଛନ୍ତି। ଏ ବାବଦରେ ଜ୍ୟୋତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ସତ୍ୟାନ୍ୟୁଜର ଚିଫ୍ ଏଡିଟର ସତ୍ୟାନନ୍ଦ ମହାନ୍ତି।

Leave A Reply

Your email address will not be published.