ରାଇରଙ୍ଗପୁର : ଦୁଇ ଦଫା ଦାବିରେ ଅଗ୍ନିଶମ ସେବା ସଂଘର ଆନ୍ଦୋଳନ। ଧାରଣାରେ ବସିଲେ କର୍ମଚାରୀ।

0 305

ରାଇରଙ୍ଗପୁର : ୨୧/୨ (ସତ୍ୟାନ୍ୟୁଜ) ଓଡିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ସଂସ୍ଥା ତରଫରୁ ରାଇରଙ୍ଗପୁର ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଦୁଇ ଦଫା ଦାବୀରେ ଆଜିଠାରୁ ଏହି ଧାରଣା ଜାରି ରହିଛି। ଦରମାରେ ଥିବା ଅସଙ୍ଗତି ଦୂର କରି ପୂର୍ବପରି ପୋଲିସ ସହ ସମାନ ଦରମା ଓ ଭତ୍ତା ପ୍ରଦାନ। ଏହା ସହ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜିକରଣ ଦାବି କରାଯାଇଛି। ଏହି ଦୁଇଟି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବା ନେଇ ସଙ୍ଘ ପକ୍ଷରୁ କୁହାଯାଇଛି।

ଏହି ଧାରଣାରେ ବହୁ ଅଗ୍ନିଶମ କର୍ମଚାରୀ ଯୋଗ ଦେଇଥିଲେ | ସେମାନଙ୍କ ମଧ୍ୟରେ ମୁଖ୍ୟ ଆଗ୍ନିକ ଯଦୁନାଥ ମହାନ୍ତ, ଅଶୋକ ବେହେରା, ଗାଡି ଚାଳକ କୃଷ୍ଣ ଚନ୍ଦ୍ର ନାୟକ, ବାପିନା ଜେନା, ଆଗ୍ନିକ ତପନ ମହାନ୍ତ, ବିଷ୍ଣୁ ପ୍ରସାଦ ପାଢି, ମଣ୍ଟୁ ଜେରା, ବାବୁଲି ନାୟକ, ଶୁଶାନ୍ତ ନାୟକ, ବନମାଳୀ କିସାନ, ପ୍ରମୋଦ ଲାକ୍ରା, ଲମ୍ବୋଦର ମାଝୀ, ବିରେନ୍ଦ୍ର ହାଁସଦାଃ ଓ ସୁଦାନ ମୁଣ୍ଡା ପ୍ରମୁଖ ଥିଲେ | ସାରା ଓଡିଶାରେ ଅଗ୍ନିଶମ ବିଭାଗର କାର୍ଯ୍ୟବନ୍ଦ ଫଳରେ ଲୋକମାନଙ୍କର ଜରୁରୀକାଳୀନ ସେବାରେ ବ୍ୟାଘାତ ସୃଷ୍ଟି ହୋଇପାରେ | ତେଣୁ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି।
ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.