ମୟୁରଭଞ୍ଜ : ୨୧/୨ (ସତ୍ୟାନ୍ୟୁଜ) ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଙ୍ଘ ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ବହଳଦା ତହସିଲ କାର୍ଯ୍ୟାଳୟ ପରିସରରେ ଛଅ ଦଫା ଦାବୀ ନେଇ ସଙ୍ଘର ସଦସ୍ୟ ମାନେ ଧାରଣାରେ ବସିଛନ୍ତି। ସକାଳ ୧୦ଟା ୩୦ ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଗତ ୧୯ ତାରିଖ ଠାରୁ ଧାରଣା ଜାରି ରହିଛି। ଦାବୀ ଗୁଡିକ ମଧ୍ୟରେ ଓଡିଶା ଜିଲ୍ଲା ରାଜସ୍ବ ସେବା କ୍ୟାଡର ପୁନଃ ସଂରଚନା, ରାଜସ୍ବ ନିରୀକ୍ଷକ ପଦବୀକୁ ୨୦ ପ୍ରତିଶତ ପଦୋନ୍ନତି ବ୍ୟବସ୍ଥା, ଓଡିଶା ରାଜସ୍ବ ସେବାରେ ୨୫ ଶତକଡା ରାଜସ୍ବ ପକିଦର୍ଶକମାନଙ୍କୁ ବରିଷ୍ଠତା ହିସାବରେ ପଦୋନ୍ନତି, ପଦୋନ୍ନତି ରେ ସିସିଆର ବ୍ୟବସ୍ଥାକୁ ଉଚ୍ଛେଦ, ଆରଏସିପି ବ୍ୟବସ୍ଥା ର ପୁନଃ ପ୍ରଚଳନ ଓ ଜବ୍ ଚାର୍ଟରେ ଆବଶ୍ୟକୀୟ ପରିବର୍ତ୍ତନ | ଏହି ଧାରଣାରେ ବହଳଦା ତହସିଲ ରାଜସ୍ବ ନିରୀକ୍ଷକ ସଭାପତି ପୂର୍ଣ୍ଣଚନ୍ଦ୍ର ସି, ସଂପାଦକ ଅଭିଜିତ ପଳତା, ରାଜସ୍ବ ପରିଦର୍ଶକ ସୁଶାନ୍ତ କୁମାର ପାତ୍ର, ରାଜସ୍ବ ନିରୀକ୍ଷକ ଗିତିକୃଷ୍ଣା ଦାସ, ଦିବ୍ୟସିଂ ଦାସ ମହାନ୍ତ, ଚିନ୍ମୟ ମହାପାତ୍ର, ଧ୍ରୁବଚରଣ ଦତ୍ତ, ସହକାରୀ ରାଜସ୍ବ ନିରୀକ୍ଷକ ପ୍ରତିଭା ମହାନ୍ତ, ସନାମଣି ସୋରେନ, ଶୁଭଲକ୍ଷ୍ମୀ ହାଁସଦାଃ ଓ କାଶିନାଥ ବାଇପାଇ ପ୍ରମୁଖ ଉପସ୍ଥିତ ଥିଲେ | ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ସେମାନେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସି ରହିବେ ବୋଲି ସୂଚନା ଦେଇଥିଲେ | ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ