ବଣାଇ : ଟ୍ରକ-ବସ ଧକ୍କାରେ ୧୦ ଯାତ୍ରୀ ଆହତ।। ଭୁବନେଶ୍ୱର-ରାଉରକେଲା ‘ଅନୁପମା’ ବସ ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଗ୍ରସ୍ତ।

0 693

ବଣାଇ : ୨୧/୨ ( ସତ୍ୟାନ୍ୟୁଜ) ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ‘ଅନୁପମା’ ବସ ସହ ଏକ ଟ୍ରକ ଧକ୍କା ହେବା ଯୋଗୁଁ ୧୦ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବୁଧବାର ଭୋରୁ ଘଟିଛି । ବସ ଟି ରାଉରକେଲା ଆସୁଥିବା ବେଳେ ଟିକାୟତପାଲି ଥାନା ଅନ୍ତର୍ଗତ
ଯାତ୍ରାଖମଣ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନା ଅଣାଯାଇଥିବା ବେଳେ ଅନ୍ୟ କେତେ ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ପଠାଯାଇଥିବା ଜଣା ପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.