ରାଉରକେଲା : ଜଗଦା ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଙ୍କ ମୃତ ଦେହ ଉଦ୍ଧାର।। ହଷ୍ଟେଲକୁ ଲାଗିଥିବା ପଡ଼ିଶୀଙ୍କ ଛାତରୁ ଉଦ୍ଧାର।। ପୋଲିସ ତଦନ୍ତ ଜାରି

0 789

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ସ୍ଥିତ ଏକ ଘରୋଇ ଆଇଟିଆଇ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇ ଯାଇଛି l ମୃତକ ହେଲେ ଝାରଖଣ୍ଡ ବାଉଁଶଜୋର ଅଞ୍ଚଳର ୨୨ ବର୍ଷୀୟ ଅତୁଲିୟନ ଜୋଜୋ l
ସେ ଡାମିଟ ଶିକ୍ଷାନୁଷ୍ଠାନରେ
ଆଇ ଟି ଆଇ ଫିଟର ଟ୍ରେଡ୍ ର ପ୍ରଥମ ବର୍ଷର ଛାତ୍ର l ଅନ୍ୟ ଛାତ୍ରଙ୍କ କହିବାନୁଯାୟୀ ଅତୁଲିୟାନ୍ ଆଇଟିଆଇ ଉପରେ ଥିବା ହଷ୍ଟେଲରେ ରହୁଥିଲେ l ଗତକାଲି ସନ୍ଧ୍ୟାରୁ ତାଙ୍କୁ ହଷ୍ଟେଲରେ ଦେଖିବାକୁ ମିଳିନଥିଲା l ରାତିରେ ଖାଇବାକୁ ଅନ୍ୟ ଛାତ୍ରମାନେ ଖୋଜା ଖୋଜି କରିଥିଲେ l କିନ୍ତୁ ପାଇଁ ନଥିଲେ। ବିଳମ୍ବିତ ରାତିରେ ତାଙ୍କୁ ହଷ୍ଟେଲକୁ ଲାଗିଥିବା ଅନ୍ୟ ଜଣଙ୍କ ଛାତରେ ପଡିଥିବା ଦେଖିବାକୁ ପାଇଥିଲେ l ଛାତ୍ର ମାନେ ଏ ସଂକ୍ରାନ୍ତରେ ହଷ୍ଟେଲ ଅଧିକ୍ଷକ ଓ ଝିରପାଣି ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ମୋବାଇଲ ଏବଂ ଇଅର୍ ଫୋନ ଜବତ କରା ଯାଇଛି। ସମ୍ଭବତଃ ମୋବାଇଲରେ କଥା ହେଉଥିଲା ବେଳେ ଛାତ୍ର ଜଣକ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି l ମୃତ ଛାତ୍ର ସାଙ୍ଗରେ ରହୁଥିବା ଅନ୍ୟ ଛାତ୍ରଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଚଳାଇଛି l

Leave A Reply

Your email address will not be published.