ସୁନ୍ଦରଗଡ : ଜିଲ୍ଲାର ୮ଟି ରୂପାନ୍ତରିତ ‘ଆମ ହସପିଟାଲ’ ଲୋକାର୍ପିତ।। ଜିଲ୍ଲା ବାସୀ ଆଧୁନିକ ଚିକିତ୍ସା ପାଇବାରେ ସକ୍ଷମ ହେବେ।
ସୁନ୍ଦରଗଡ : ୧୭/୨ (ସତ୍ୟାନ୍ୟୁଜ) ରାଜ୍ୟର ୧୫ଟି ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଫାଇଭ ଟି ଉପକ୍ରମ ରେ ରୂପାନ୍ତରଣ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଡାକ୍ତରଖାନା, ବଣାଇ ଉପ ଖଣ୍ଡ ସ୍ତରୀୟ ଡାକ୍ତରଖାନା , ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ନୂଆଗାଁ ବ୍ଲକ ବାଲିଯୋଡ଼ି ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ମୋଟ ୭ଟି ରୂପାନ୍ତରିତ ଆମ ହସ୍ପିଟାଲ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ବଡ଼ଗାଁ କଲେଜ ପଡିଆ ଠାରେ ଏକ ଉତ୍ସବ ର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋ ପ୍ରମୁଖ ଉପସ୍ଥିତ ରହିଥିଲେ। ହସ୍ପିଟାଲର ଏହି ରୂପାନ୍ତରଣ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ରେ ଆଧୁନିକ ଚିକିତ୍ସା ସେବା ପାଇବାରେ ଲୋକେ ସକ୍ଷମ ହେବେ ।