ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ଲହୁଣୀପଡା ଥାନା ଅନ୍ତର୍ଗତ ଦଲମକୁଚା ଘାଟିରେ କାରକୁ ଧକ୍କା ଦେଲା ଟ୍ରକ। ସୌଭାଗ୍ୟ ବଶତଃ କାର ଡ୍ରାଇଭର ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିବା ବେଳେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। କାର ଧକ୍କା ଦେବା ପରେ ଟ୍ରକ ଟି ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କାର ଚାଳକ ଗାଡି ମଧ୍ୟରେ ଫସି ରହି ଯାଇଥିଲେ। ସ୍ଥାନୀୟ ଲୋକେ କାର ଚାଳକଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ପଠାଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ପଠାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।