ରାଉରକେଲା : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ଦ୍ବିବେଦୀଙ୍କ ଜନ୍ମ ବାର୍ଷିକୀ ବସ୍ତିଆ ମେମୋରିଆଲ ଟ୍ରଷ୍ଟରେ ପାଳିତ।।

0 331

ରାଉରକେଲା : ୧୧/୨ (ସତ୍ୟାନ୍ୟୁଜ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଅରୁଣାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଡକ୍ଟର ସୁରେନ୍ଦ୍ରନାଥ ଦ୍ବିବେଦୀଙ୍କ ୧୧୨ତମ ଜୟନ୍ତୀ ରାଉରକେଲା ବସ୍ତିଆ ସୃତି ସଦନରେ ପାଳିତ ହୋଇ ଯାଇଛି। ବସ୍ତିଆ ମେମୋରିଆଲ ଟ୍ରଷ୍ଟର ଚେୟାରମ୍ୟାନ ହେମନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସତ୍ୟାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷାବିତ ପ୍ରଭାତ ମଲିକ , ଆଡ଼ଭୋକେଟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସଭା କାର୍ଯ୍ୟ ପ୍ରାରମ୍ଭରେ ଅତିଥିମାନେ ସ୍ବର୍ଗତ ଦ୍ବିବେଦୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅତିଥି ମାନେ ନିଜ ବ୍ୟକ୍ତବ୍ୟରେ ଭାରତ ସ୍ଵାଧିନତା ଆନ୍ଦୋଳନରେ ସୁରେନ୍ଦ୍ର ନାଥ ଦ୍ବିବେଦୀଙ୍କ ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ ।

Leave A Reply

Your email address will not be published.