ମଧ୍ୟପ୍ରଦେଶ : ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ।। ୫ ମୃତ , ୪୦ ଗୁରୁତର।। ଉଦ୍ଧାର କାର୍ଯ୍ୟ ଜାରି।

0 346

ମଧ୍ୟପ୍ରଦେଶ: ୬/୨ (ସତ୍ୟାନ୍ୟୁଜ) ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଅଛନ୍ତି। ଥରେ କି ଦୁଇ ଥର ନୁହେଁ ରହି ରହି ବାରମ୍ବାର ହେଉଛି ବିସ୍ପୋରଣ। ଫଳରେ ପୂରା ଫ୍ୟାକ୍ଟ୍ରିରେ ହୁ ହୁ ହୋଇ ଜଳି ଉଠିଛି। ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ନିଆଁ ଲାଗିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଜଳି ଯାଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଘଟିଛି ଏଭଳି ଘଟଣା ଘଟିଛି।
ସୂଚନା ମୁତାବକ, ନିଆଁ ଲାଗି ଆହତ ହୋଇଥିବା ୪୦ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ କାମ କରୁଥିବା ଅନେକ ଲୋକ ଏବେ ବି ଫ୍ୟାକ୍ଟ୍ରି ଭିତରେ ଫଶି ରହିଥିବା କୁହାଯାଉଛି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭା କାମରେ ନିୟୋଜିତ ଅଛନ୍ତି। ଘଟଣାସ୍ଥଳରେ ବହୁ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ହୋଇଛି। ତେବେ ଏଯାଏଁ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ।

ଏହି ବାଣ ଫ୍ୟାକ୍ଟ୍ରିଟି ଦୀର୍ଘ ଦିନ ଧରି ବେଆଇନ ଭାବେ କାର୍ଯ୍ୟ କରୁଥିବାର ସୂଚନା ମିଳିଛି। ପ୍ରାୟ ୧୫୦ ଲୋକ ଫ୍ୟାକ୍ଟ୍ରିରେ କାମ କରୁଥିଲେ, ଯେଉଁମାନେ ଏହି ଘଟଣାରେ ଆହତ ହୋଇଛନ୍ତି। ଉକ୍ତ ଫ୍ୟାକ୍ଟ୍ରିରେ ବିପୁଳ ମାତ୍ରାରେ ବାରୁଦ ଓ ବିସ୍ଫୋରକ ସାମଗ୍ରୀ ଭରି ହୋଇ ରହିଥିଲା। ଏଥିଯୋଗୁଁ ଏଠାରେ ରହି ରହି ବାରମ୍ବର ବିସ୍ଫୋରଣ ହୋଉଥିବା ଶବ୍ଦ ଶୁଣିବାକୁ ମିଳିଛି। ଏହି କାରଣ ଯୋଗୁ ନିଆଁକୁ କାବୁ କରିବା କଠିନ ହୋଇ ପଡିଛି।

Leave A Reply

Your email address will not be published.