ସୁନ୍ଦରଗଡ : ଜଗନ୍ନାଥ ଦର୍ଶନ ଏବଂ ପରିକ୍ରମା ପ୍ରକଳ୍ପ ଦେଖିବାକୁ ବାହାରିଲେ ଶ୍ରଦ୍ଧାଳୁ।। ୧୦ ଟି ବସରେ ୪୦୦ ଶ୍ରଦ୍ଧାଳୁ।

0 355

ସୁନ୍ଦରଗଡ : ୬/୨ (ସତ୍ୟାନ୍ୟୁଜ) ଶ୍ରୀମନ୍ଦିର ପରିକ୍ରମା ପ୍ରକଲ୍ପ ଏବଂ ପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ ସୁନ୍ଦରଗଡ ରୁ ବାହାରିଲେ ୪୦୦ ଶ୍ରଦ୍ଧାଳୁ । ସୁନ୍ଦରଗଡ ପୋୖରାଞ୍ଚଳର ସମସ୍ତ ଓାର୍ଡ ରୁ ୨୦ ଜଣ ଲେଖାଏଁ ସମୁଦାୟ ୪୦୦ ଶ୍ରଦ୍ଧାଳୁ ଆଜି ସୁନ୍ଦରଗଡ ପୌରପାଳିକା କାର୍ଯ୍ୟାଳୟ ନିକଟରୁ ୧୦ ଟି ବସରେ ଯାତ୍ରା ଆରମ୍ଭ କରିଛନ୍ତି ପୁରୀ । କେବଳ ଟିଭି ଏବଂ ଫଟୋରେ ପରିକ୍ରମା ପ୍ରକଳ୍ପ ର ଚିତ୍ର ଦେଖି ପ୍ରକଳ୍ପ ଦର୍ଶନ ପାଇଁ ମନରେ ଉତ୍କଣ୍ଠା ରହିଥିଲା। ପ୍ରକଳ୍ପ ଦେଖିବା ସହ ପ୍ରଭୂ ଜଗନ୍ନାଥଙ୍କ ଦର୍ଶନ କରିବା ର ସୂଯୋଗ ପାଇ ସମସ୍ତେ ଭାରି ଖୁସି ବୋଲି କହିଛନ୍ତି । ୧୦ ଟି ବସରେ ମାଗଣା ଯାତ୍ରା ସହିତ ରହିବା ଖାଇବା ସବୁ ପ୍ରକାର ବ୍ୟବସ୍ଥା ପୌର ପରିଷଦ ପକ୍ଷରୁ କରାଯାଇଛି।

Leave A Reply

Your email address will not be published.