ମୟୁରଭଞ୍ଜ : କରଞ୍ଜିଆ ଏମ୍ ଡି ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।। କିଙ୍ଗ ଫିସର ରିଟର୍ଣ୍ଣ କୁ ହରାଇ ଷ୍ଟାର କ୍ଲବ ଚମ୍ପିୟାନ।

0 258

ମୟୁରଭଞ୍ଜ : ୬/୨ (ସତ୍ୟାନ୍ୟୁଜ) କରଞ୍ଜିଆ ମିଳନ ପଡ଼ିଆରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମରେ ଆଯୋଜିତ ଚତୁର୍ଥ ଏମ.ଡି.ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଟ୍‌ରେ କିଙ୍ଗଫିସର ରିଟର୍ଣ୍ଣକୁ ହରାଇ ଷ୍ଟାର୍ କ୍ଲବ ଚଳିତ ବର୍ଷ ଚାମ୍ପିଅନ ହୋଇଛି। ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ଆରମ୍ଭ ପୂର୍ବରୁ ଅତିଥି ଭାବେ କରଞ୍ଜିଆ ବିଧାୟିକା ତଥା ରାଜ୍ୟ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କରଞ୍ଜିଆ ଏନ୍‌ଏସି ଅଧ୍ୟକ୍ଷା ପପି ପୃଷ୍ଟି ଯୋଗଦେଇ ଉଭୟ ଦଳର ଖେଳାଳିଙ୍କ ସହିତ ପରିଚୟ ଆଦାନ ପ୍ରଦାନ ସହ ଉତ୍ସାହିତ କରିଥିଲେ। ପରେ ମନ୍ତ୍ରୀ ବ୍ୟାଟିଂ କରି ଖେଳ ଆରମ୍ଭ କରିଥିଲେ। ଷ୍ଟାର କ୍ଲବ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତ ନେଇ ନିର୍ବାଚିତ ୧୫ ଓଭର ଖେଳି ୮ ଉଇକେଟ୍‌ ହରାଇ ୧୨୦ ରନ୍ କରିଥିଲା। ଜବାବରେ କିଙ୍ଗଫିସ୍‌ର ରିଟର୍ଣ୍ଣ ୧୪ ଓଭର ଖେଳି ସମସ୍ତ ୱିକେଟ ହରାଇ ୭୯ ରନ୍ କରି ପରାଜିତ ହୋଇଥିଲା। ଆଜିର ମ୍ୟାଚରେ ରେଫରି ଭାବେ ଅମ୍ରିତ ଦାସ ଓ ଶୁଭମ ସୌରଭ ଦାୟିତ୍ଵ ତୁଲାଇଥିଲେ ବିଜେତା ଷ୍ଟାର୍ କ୍ଲବ୍‌ର ଖେଳାଳି ଟିଙ୍କୁ ଦାସ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ। ସ୍କୋରର ଭାବେ କାହ୍ନା ଡିଜିଟାଲ ଦେବାଶିଷ ଓ ରଜତ ଦାୟିତ୍ଵ ତୁଲାଇ ଥିଲେ |ଏବଂ ଧାରାବିବରଣ ଦେଇଥିଲେ ମଲ୍ଲିକ , ପପୁ ସିହ୍ନା | ପରେ କ୍ଲବ୍ ସଭାପତିଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ବିଜେତା ଷ୍ଟାର କ୍ଲବ୍‌କୁ ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ ସମ୍ମାନିତ ଅତିଥି ଭାବେ ସମାଜସେବୀ କାମିନୀକାନ୍ତ ମହାନ୍ତ ଏବଂ ତାରିଣୀ ଡ୍ରେସସ ଅନର ସର୍ଦାର ଗୁର୍ଜିତ ସିଂ ଯୋଗ ଦେଇ ଉପବିଜେତା ଦଳ କିଙ୍ଗଫିସର ରିଟର୍ଣ୍ଣ କୁ ୨୫ ହଜାର ଓ ଟ୍ରଫି ପ୍ରଦାନ କରିଥିଲେ। କ୍ଲବ୍‌ର ସନ୍ଦୀପ ମହାନ୍ତି, ଶକ୍ତିକୁମାର ନାୟକ, ବିଶ୍ଵରଞ୍ଜନ ମହାନ୍ତି, ଦେବରଞ୍ଜନ ସାହୁ, ଅରବିନ୍ଦ ଖାଟୁଆଙ୍କ ସହିତ ବରିଷ୍ଠ ଖେଳାଳି ଜୟନ୍ତ ମହାନ୍ତ, ଟୁଟୁ ମେହେର, ସୁରେନ୍ଦ୍ର ନାୟକ, ସନ୍ତୋଷ ଦାସ, କାବୁଲ ଚନ୍ଦ୍ର ରାଉଳ, ମାଇକେଲ ଦାସ, ମୁନା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ।

Leave A Reply

Your email address will not be published.