ମୟୁରଭଞ୍ଜ : ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ସଫେଇ ଅଭିଯାନ।। ବଣଭୋଜି ସ୍ଥଳରେ ସଫେଇ କଲେ କଲେଜ କର୍ମଚାରୀ।

0 275

ରାଇରଙ୍ଗପୁର : ୪/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପକ୍ଷରୁ ଖଡକାଇ ଡ୍ଯାମ ରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ରବିଶଙ୍କର ଶତପଥୀଙ୍କ ମାର୍ଗଦର୍ଶନରେ ମହିଳା ମହାବିଦ୍ୟାଳୟର କର୍ମଚାରୀମାନେ ପ୍ରଥମେ ବଣଭୋଜି ସ୍ଥାନରେ ସଫେଇ କାର୍ଯ୍ଯ କରିଥିଲେ। ବଣଭୋଜି କରୁଥିବା ଲୋକମାନଙ୍କ ସହିତ ସ୍ବଚ୍ଛତା ସଚେତନତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଅଧ୍ୟାପିକା ରାଜଶ୍ରୀ ଦାସଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡି ଏଲ କଲେଜ ର ପ୍ରାଧ୍ୟାପକ ଜନକ କୁମାର ଗିରି ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଆୟୋଜକ ମାନଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଅଭିନନ୍ଦନ ଜଣାଇ ଥିଲେ। ଆବାହକ ବିଜୟ ରାମ ସ୍ଥାନୀୟ ଲୋକମାନଙ୍କ ସହ ଏପରି ସଚେତନତାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ପରେ ଏକ ବଣଭୋଜି ର ଆୟୋଜନ କରାଯାଇ ଥିଲା ଯେଉଥିରେ ସେବତି ବେହେରା,ଡାକ୍ତର ରାଜେନ୍ଦ୍ର ମଣ୍ଡଳ,ଅବନି ନାୟକ,ଦଶରଥ ଗୋରାଇ, ରୁଦ୍ରନାଥ ଧୀର, ପ୍ରିୟତମା ହେମ୍ଭ୍ରମ, ରାଜଶ୍ରୀ ନାୟକ, ପୁଷ୍ପଲତା ମୁର୍ମୁ, ପ୍ରିୟଦର୍ଶିନୀ ଭିସେରା,ଦେବସ୍ମୀତା ସରଘରିଆ, ଶ୍ୟାମ ସୁନ୍ଦର ମଣ୍ଡଳ, ଅମିତ ଗୋପାଳ,ଦୀପିକା ମହାରାଣା, କୁନି ବେହେରା, ସୁଲୋଚନା ଓ ଅନ୍ଯାନ୍ଯ କର୍ମଚାରୀ ମାନେ ଯୋଗ ଦେଇଥିଲେ।
ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.