ମୟୁରଭଞ୍ଜ : ରାଇରଙ୍ଗପୁର କଲେଜ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ।।

0 268

ମୟୁରଭଞ୍ଜ : ୪/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମର ଶ୍ରୀ ଜଗନ୍ନାଥ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ତଥା ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆନୁକୂଲ୍ୟରେ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ସଭାପତି ତ୍ରିଲୋଚନ ଚକ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ପିଏ ଆଇ ଟି ଡିଏ ପରୀକ୍ଷିତ ଦାସ, ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ମହିଳାମୋର୍ଚ୍ଚା ସଭାପତି ତନୁଜା ମହାନ୍ତ, ଇଂରାଜୀ ପ୍ରଧ୍ୟାପକ ସୁନୀଲ କୁମାର ଜେନା, ପ୍ରଧ୍ୟାପକ ବୀରନାରାୟଣ ଚାଉ ପଟ୍ଟନାୟକ, ନୋଡାଲ ଅଫିସର ଡକ୍ଟର ମିଲନ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ |
ସଭା ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ମାଲ୍ୟାର୍ପଣ ସହ ପ୍ରଜ୍ଜଳନ କରାଯାଇଥିଲା। ପରେ ମହାବିଦ୍ୟାଳୟ ଛାତ୍ରୀଗଣ ସ୍ବାଗତ ସଂଗୀତ ଗାନ କରିଥିଲେ | ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥି ରାଇରଙ୍ଗପୁର ମହାବିଦ୍ୟାଳୟର ଉତ୍ତରତ୍ତୋର ଉନ୍ନତି କାମନା କରି କହିଥିଲେ ଯେ ଆଗରୁ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା , ଏବେ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପ୍ରଚେଷ୍ଠା ଫଳରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ବଢାଇ ଦିଆଯାଇଛି | ଏହାପରେ ଅନ୍ୟ ସମ୍ମାନିତ ଅତିଥିଗଣ ନିଜ ନିଜବବକ୍ତବ୍ୟ ପ୍ରଦାନ କରିଥିଲେ | ମହାବିଦ୍ୟାଳୟରେ ହୋଇଥିବା ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ | ନୋଡାଲ ଅଫିସର ଡକ୍ଟର ମିଲନ କୁମାର ମହାନ୍ତ ସ୍ବାଗତ ଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ | ଇଂରାଜୀ ପ୍ରଧ୍ୟାପକ ସୁନୀଲ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧ୍ୟାପକ ବୀରନାରାୟଣ ଚାଉ ପଟ୍ଟନାୟକ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ମାନସ ସାହୁ, ରାଜେଶ ରାମ, ଭରତ ଚନ୍ଦ୍ର ଉର୍ମା, କ୍ଷିରୋଦ କୁମାର ତୁର୍କ, ଆଦିମ ମାର୍ସାଲ ମାଇସା ଠାକୁର, ବିଶ୍ବରଂଜନ ଜେନା, ଶିଭାଶିଷ ସାହୁ, ଅଜିତ ମହାପାତ୍ର, ଗୋବର୍ଦ୍ଧନ ମୁର୍ମୁ, ଜନିୟା ଭଟ୍ଟାଚାର୍ଯ୍ୟ, ମାୟା ମମତା ମାର୍ଣ୍ଡି, ରଶ୍ମିତା ଖୋସଲା, ବନ୍ଦିତା ମହାନ୍ତ, ପୂର୍ଣ୍ଣିମା ମାର୍ଣ୍ଡି, ଶୁଶ୍ରୀ ରୂପନ୍ବିତା ଗିରି, ଶୁଭଶ୍ରୀ ବେହେରା, ହଳଧର ବାରିକ, ଜିତେନ୍ଦ୍ରନାଥ ମହାନ୍ତ, ସସ୍ମିତା ଟୁଡୁ, ସସ୍ମିତା ପାତ୍ର, ବାହା ପରାୟଣୀ କିସ୍କୁ, ଡକ୍ଟର ତନ୍ମୟୀ ରଥ, ବି ବି ପାଣିଗ୍ରାହୀ, ପିତାମ୍ବର ମିଶ୍ର , ହେମନ୍ତ ଗିରି ଓ ଦାରାସିଂ ମହାନ୍ତ ପ୍ରମୁଖ ଉପସ୍ଥିତ। ଥିଲେ।

Leave A Reply

Your email address will not be published.