ବିରମିତ୍ରପୁର : ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା।। ୪ ଆହତ , ଜଣେ ଗୁରୁତର।। ଗୁରୁତର ରାଉରକେଲା ସ୍ଥାନାନ୍ତର।

0 463

ବିରମିତ୍ରପୁର : ୪/୨(ସତ୍ୟାନ୍ୟୁଜ) ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା ରେ ୪ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୁରୁତର ସ୍କୁଟି ଅରୋହୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ବିରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତର ବାରାବଂଶ ନିକଟରେ ଘଟିଛି। ବିରମିତ୍ରପୁର-ହାତିବାରୀ ରୋଡ଼ରେ ରବିବାର ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ସ୍କୁଟିରେ ବାଡେଇ ହୋଇ ଯାଇଥିଲା। ଚାରି ଜଣ ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ପରେ ସ୍ଥାନୀୟ ଲୋକ ମାନେ ଆହତଙ୍କୁ ବିରମିତ୍ରପୁର ହସ୍ପିଟାଲ ପଠାଇ ଥିଲେ। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.