ରାଉରକେଲା : ୟୁଜିଆଇ ର ପୁରାତନ ଛାତ୍ରସଙ୍ଘ ସମାବେଶ ଅନୁଷ୍ଠିତ।। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଲେ।

0 379

ରାଉରକେଲା : ୪/୨ (ସତ୍ୟାନ୍ୟୁଜ) ରାଉରକେଲା ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିଅରିଂ ର ପୁରାତନ ଛାତ୍ର ସଙ୍ଘର ଏକ ସମାବେଶ ଅନୁଷ୍ଠାନ କ୍ୟାମ୍ପସରେ ଉଦଘାଟିତ ହୋଇଯାଇଛି। ସଂଘର ସଭାପତି ଆଦିତ୍ୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ରାଉରକେଲା ଇସ୍ପାତ କାରଖାନା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅତନୁ ଭୌମିକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥଲେ। ଉଦଯାପନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏବଂ ପ୍ରୀତି ରଞ୍ଜନ ଘଡାଇ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.