କରଞ୍ଜିଆ : ୩/୨ (ସତ୍ୟାନ୍ୟୁଜ)
ଛିଡା ହୋଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ। ଏହି ଦୁର୍ଘଟଣାରେ ୧୦ ଜଣରୁ ଅଧିକ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ୪ଟାରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜାମସେଦପୁରରୁ ଏକ ବାହାଘର ପାର୍ଟି ଯାଜପୁର ଆସୁଥିବା ବେଳେ ୨୨୦ ନମ୍ବର ଜାତୀୟ ରାଜପଥ ଟାଟ ନିକଟରେ ଛିଡ଼ା ହୋଇ ଥିବା ଏକ ଟ୍ରକକୁ ପିଟି ଦେଇଥିଲା ବସ। ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ ପଠା ଯାଇଥିଲା। ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଁଚି ତଦନ୍ତ କରିଛନ୍ତି। ଖରାପ ପାଗ ଏବଂ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କୁହା ଯାଉଛି ।