ରାଉରକେଲା : ସାତ ତାରିଖରେ ରାଉରକେଲାରେ ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ନ୍ୟାୟ ଯାତ୍ରା।। କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି।

0 303

ରାଉରକେଲା : ୩/୨(ସତ୍ୟାନ୍ୟୁଜ) କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ନ୍ୟାୟ ଯାତ୍ରା ୬ ତାରିଖ ଦିନ ସୁନ୍ଦରଗଡରେ ପ୍ରବେଶ କରିବ। ରାଉରକେଲାରେ ୭ ତାରିଖ ସକାଳେ ଏକ ବିଶାଳ ଶୋଭାଯାତ୍ରା ବାହାରିବ ବୋଲି କଂଗ୍ରେସ ସୂତ୍ରରୁ ଜଣା ପଡ଼ିଛି। ୬ ତାରିଖ ସନ୍ଧ୍ୟାରେ ଝାରଖଣ୍ଡରୁ ଆସି ବିରମିତ୍ରପୁରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ବାଗତ କରାଯିବ। ରାତିରେ ଶ୍ରୀ ଗାନ୍ଧୀ ବିରାମିତ୍ରପୁରରେ ରହିବେ। ଏଥିପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ , ଏଆଇସିସି ସାଧାରଣ ସମ୍ପାଦକ , କଂଗ୍ରେସର ବରିଷ୍ଠ ନେତା ମାନେ ବିରମିତ୍ରପୁରରେ ପହଞ୍ଚି ଭାରତ ଜୋଡୋ ନ୍ୟାୟ ଯାତ୍ରାର ସମସ୍ତ ପ୍ରସ୍ତୁତି ତଦାରଖ କରିଥିଲେ। ଅଖଣ୍ଡ ଏବଂ ଧର୍ମ ନିରପେକ୍ଷ ଭାରତ ଲାଗି ଲୋକ ମାନେ ଏହି ଯାତ୍ରାରେ ଯୋଡି ହେବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.