ବିରମିତ୍ରପୁର : ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା।। ଅଭିଯୁକ୍ତ ଦୁଇ ଭାଇ ଗିରଫ।। କାର ଜବତ।ବିରମିତ୍ରପୁର : ୩/୨(ସତ୍ୟାନ୍ୟୁଜ) ଚୋରି କରିଥିବା ସନ୍ଦେହରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି। ଦୁଇଭାଇ ସନ୍ତୋଷ ପଣ୍ଡା ଏବଂ ସୁରେଶ ପଣ୍ଡା ରାମପାଲ ଛକ ନିକଟରେ ସାନିକା ଲାକ୍ରା ନାମକ ଜଣେ ଯୁବକଙ୍କୁ ଶୁକ୍ରବାର ପିଟିପିଟି ମାରି ଦେଇଥିଲେ। ସୁରେଶ ଏବଂ ସନ୍ତୋଷ ରାମପାଲ ଛକ ନିକଟରେ ଏକ ଢାଵା କରିଛନ୍ତି। ଢାବାର ଏକ ଝରକା ଚୋରି ହୋଇ ଯାଇଥିଲା। ସାନିକା ଝରକା ଚୋରି କରିଥିବା ସନ୍ଦେହରେ ତାକୁ ବାଡ଼ି ଏବଂ ରଡ଼ରେ ମାଡ଼ ମାରିଥିଲେ ଦୁଇ ଭାଇ। ପରେ ଗୁରୁତର ସାନିକାକୁ ଦୁଇ ଭାଇ ତାଙ୍କ କାରରେ କୁଆରମୁଣ୍ଡା ଆଡେ ନେଇ ଯାଉଥିଲେ। ସୂଚନା ପାଇ ପୋଲିସ ରାସ୍ତାରେ କାର ଅଟକାଇ ସାନିକାର ଶବ ଜବତ କରିବା ସହ ଦୁଇ ଭାଇଙ୍କୁ ଗିରଫ କରିଥିଲେ। କାରକୁ ମଧ୍ୟ ଜବତ କରାଯାଇଛି। ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ଯାଞ୍ଚ କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।