ରାଉରକେଲା : ୨ ହଜାର ୪୫ କୋଟି ଟଙ୍କାର ୩ଟି ଜାତୀୟ ରାଜପଥ ଫୋର ଲେନ୍ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ।। ଓଡିଶାକୁ ଭେଟି ଦେଲେ ୬୮ ହଜାର କୋଟିର ପ୍ରକଳ୍ପ।

0 436

ରାଉରକେଲା : ୩/୨ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁର ଗସ୍ତରେ ଆସି ଓଡିଶା ବାସୀଙ୍କୁ ୬୮ ହଜାର କୋଟି ଟଙ୍କା ପ୍ରକଳ୍ପର ଭେଟି ଦେଇଛନ୍ତି। ଏହା ସହ ସମ୍ବଲପୁରରେ ଆଇଆଇଏମ୍ ର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିଛନ୍ତି। ପୁରୀ- ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ସୁନ୍ଦରଗଡ ଜିଲ୍ଲାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲା ଦେଇ ଯାଇଥିବା ୩ଟି ଜାତୀୟ ରାଜପଥର ଫୋର ଲେନ୍ କୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି।
୨ ହଜାର ୪୫ କୋଟି ଟଙ୍କା ବିନିମୟରେ ନିର୍ମିତ ରାଜମୁଣ୍ଡା-ବ୍ରାହ୍ମଣୀ ବାଇପାସ୍ , ବିରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ , କୋଇଡା – ରିମୂଳି ୫୨୦ ଏବଂ ୧୪୩ ନମ୍ବର ଜାତୀୟ ରାଜପଥକୁ ଉତ୍ସର୍ଗ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ବାଲୁଘାଟ ଫୁଟବଲ ପଡ଼ିଆରେ ଏନ୍ ଏଚ୍ ଏ ଆଇ ପକ୍ଷରୁ ଏକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ଏହି ୩ଟି ଜାତୀୟ ରାଜପଥର ସଂଯୋଗୀକରଣ ଯୋଗୁଁ ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ରାଉରକେଲାରୁ ଯାତାୟାତ ସୁବିଧା ହେବ।

Leave A Reply

Your email address will not be published.