ରାଉରକେଲା : ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ନିୟମିତ ବିଳମ୍ବ।। କ୍ଷୋଭ ପ୍ରକାଶ କଲେ ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଂ କମିଟି।
ରାଉରକେଲା : ୩/୨ (ସତ୍ୟାନ୍ୟୁଜ) ମୌର୍ଯ୍ୟ ଏକ୍ସପ୍ରେସ ଚଳାଚଳକୁ ହାଟିଆ ରୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରା ଯାଇଥିବାରୁ ରାଉରକେଲା ଡେଭଲପ ମେଣ୍ଟ ଷ୍ଟିଅରିଂ କମିଟି ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ଏଥିପାଇଁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ଏହା ସଙ୍ଗେସଙ୍ଗେ ସାଂସଦ ଜୁଏଲ ଓରାମ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି। ଅନ୍ୟପଟେ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ ସହ ଅନ୍ୟ ଟ୍ରେନ ଗୁଡିକ ବିଳମ୍ବରେ ଚାଲୁଥିବାରୁ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏ ବାବଦରେ ରାଉରକେଲା ଡେଭଲପମେଣ୍ଟ କମିଟିର ଆବାହକ ଶୁଭ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରେନ ସମୟକୁ ଠିକ କରିବାକୁ ରେଳ ବିଭାଗ ନିକଟରେ ଦାବି କରିଛନ୍ତି।