ରାଉରକେଲା : ହମିରପୁର ବାସୀ ସମସ୍ୟା ଘେରରେ।। ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର।। ଏଡିଏମଙ୍କୁ ଭେଟିଲେ ଅଞ୍ଚଳ ବାସୀ।

0 406

ରାଉରକେଲା : ୨/୨ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରାଞ୍ଚଳରେ ଥିବା ହମିରପୁର ଅଞ୍ଚଳ ଅବହେଳିତ ଭାବେ ପଡି ରହିଥିବା ଅଭିଯୋଗ ଆସିଛି। ଏହି ଅଞ୍ଚଳ ମହାନଗର ନିଗମ ଅଧୀନରେ ନାହିଁ କିମ୍ବା ପଞ୍ଚାୟତ ଏରିଆରେ ନାହିଁ। ଫଳରେ ସେଠାରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁ ନାହିଁ। ରାସ୍ତା ଘାଟ ଖରାପ ଅବସ୍ଥାରେ ଅଛି। ସେଠାରେ ମହାନଗର ନିଗମ ପକ୍ଷରୁ ଖୋଲା ଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଫଳରେ ଏହି ଅଞ୍ଚଳ ବାସୀ ତତ୍କାଳ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଦିନ ହମିରପୁର ଉନ୍ନୟନ ପରିଷଦ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆ ଯାଇଥିଲା। ସମସ୍ତ ବିଷୟ କୁ ତନଖି କରିବା ପରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ଵୋଲି ରାଉରକେଲା ଏଡିଏମ୍ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି।

Leave A Reply

Your email address will not be published.