ରାଉରକେଲା : ସାଧାରଣ ନିର୍ବାଚନ ପାଖେଇ ଆସୁଥବାରୁ ଏହାର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି ଏଡିଏମ ଆଶୁତୋଷ କୁଲକର୍ଣ୍ଣି।

0 324

ରାଉରକେଲା : ୨/୨ ( ସତ୍ୟାନ୍ୟୁଜ) ରାଉରକେଲା ଏଡିଏମ୍ ଭାବେ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେବା ପରେ ରାଉରକେଲା ମହାନଗର ନିଗମ କମିଶନର ଦାଇତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ଏହାସହ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ଼ ର ଦାଇତ୍ୱ ମଧ୍ୟ ସେ ତୁଲାଇବେ। ଦାଇତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଶ୍ରୀ କୁଲକର୍ଣ୍ଣି ବିଭିନ୍ନ କାମର ସମୀକ୍ଷା କରୁଛନ୍ତି। ତେବେ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହା ଉପରେ ସେ ଫୋକସ କରୁଥିବା କହିଛନ୍ତି। ଏହାଛଡା ହକି ବିଶ୍ଵକପ ପରେ ହକି ପ୍ରୋ ଲିଗ୍ ହେଉଥିବାରୁ ଏହା କିପରି ସୁଚାରୁ ରୁପେ ସମ୍ପନ୍ନ ହେବ ସେ ବାବଦରେ ପଦକ୍ଷେପ ନିଆଯାଉଛି ବୋଲି ଏଡିଏମ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି।

Leave A Reply

Your email address will not be published.