ସୁନ୍ଦରଗଡ : ପୋଲିସ ହାତରେ ନକଲି ସିବିଆଇ ଅଫିସର।। ରେଳବାଇରେ ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ।
ସୁନ୍ଦରଗଡ : ୨/୨ (ସତ୍ୟାନ୍ୟୁଜ) ବନ୍ଧା ହେଲେ ନକଲି ସିବିଆଇ ଅଫିସର।ରେଳବାଇରେ ଷ୍ଟାଫ ନର୍ସ ଚାକିରୀ କରାଇ ଦେବାକୁ କହି ଅନେକ ଝିଅଙ୍କ ଠାରୁ ଠକି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ନିଜକୁ ସିବିଆଇ ଅଧିକାରୀ କହି ଚାକିରୀ ଆଶାୟୀଙ୍କୁ ପ୍ରଭାବିତ କରୁଥିଲେ। ଗୋଟିଏ ପୋଷ୍ଟ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଦାବି କରିଥିଲେ। ପ୍ରସେସିଂ ଏବଂ ଡ୍ରେସ ପାଇଁ ପ୍ରଥମେ ୫୦ ହଜାର ଟଙ୍କା ଅଗ୍ରୀମ ନେଉଥିଲେ। ଠକେଇ ବାବଦରେ ଝିଅ ମାନେ ଜାଣିବା ପରେ ସୁନ୍ଦରଗଡ଼ ଟାଉନ ଥାନାରେ ଏତେଲା ଦେଇଥିଲେ ।
ପୋଲିସ ଏହି ଘଟଣାର ତଦନ୍ତ କରି ଉକ୍ତ ନକଲି ସିବିଆଇ ଅଧିକାରୀ ଉମେଶ ତନ୍ତୀ ଓରଫ ଅର୍ଯ୍ୟନ ଓରଫ ପେଟୁକୁ ଗିରଫ କରିଛନ୍ତି । ଉମେଶ ସୁନ୍ଦରଗଡ଼ ଟାଉନ ଥାନା ପଣ୍ଡରୀଢ଼ିପାରେ ରହନ୍ତି । ଏବେ ସୁଦ୍ଧା ୪ ଜଣ ଚାକିରୀ ଆଶାୟୀଙ୍କ ଠାରୁ ୨ ଲକ୍ଷ ୨୫ ହଜାର ଠକି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ପରେ ପୋଲିସ ଉମେଶ ତନ୍ତୀଙ୍କ ଘରେ ଚଢ଼ାଉ କରି ବିଭିନ୍ନ କାଗଜ ପତ୍ର , ନଗଦ ୨୫ ହଜାର ଟଙ୍କା , ଗୋଟିଏ ବାଇକ ଜବତ କରିଛନ୍ତି।
ଏହି ନକଲି ସିବିଆଇ ଅଧିକାରୀ ଆଉ କେଉଁ କେଉଁ ଠକେଇ ମାମଲାରେ ସଂଶ୍ଲିଷ୍ଟ ଅଛନ୍ତି ତା ପୋଲିସ ତଦନ୍ତ କରୁଛି।