ମୟୁରଭଞ୍ଜ : ହେମନ୍ତ ସୋରେନଙ୍କ ଗିରଫଦାରୀ ପ୍ରଭାବ ଓଡ଼ିଶାରେ।। ଜେଏମଏମ୍ ର ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା।

0 291

ମୟୁରଭଞ୍ଜ : ୨/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଏହାର ପ୍ରଭାବ ଓଡିଶା ସୀମାନ୍ତ ଜିଲ୍ଲା ମୟୁରଭଞ୍ଜରେ ଦେଖିବାକୁ ମିଳିଛି | ସୋରେନଙ୍କ ଗିରଫଦାରୀ ପ୍ରତିବାଦରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ମୟୁରଭଞ୍ଜ ଜିଲ୍ଲାର ଅନ୍ୟ ସ୍ଥାନରେ ବନ୍ଦର ସେପରି ପ୍ରଭାବ ପଡି ନଥିବା ବେଳେ ରାଇରଙ୍ଗପୁରରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳୁଛି। ଦୋକାନ ବଜ଼ାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା। ରାଇରଙ୍ଗପୁର ସହରର ଗୋଲେଇ ଛକ ଠାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀମାନେ ରାସ୍ତାରୋକ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ବ୍ୟବସ୍ଥା କରା ଯାଇଥିଲା।

ଏହି ବନ୍ଦ ଡାକରା ଆନ୍ଦୋଳନରେ ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ସଂଗଠନ ସଂପାଦକ ସାଲୁ କିସ୍କୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଂପାଦକ ଘନଶ୍ୟାମ ପିଙ୍ଗୁଆ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ଭୂବନ ଟୁଡୁ, ଜିଲ୍ଲା ସଂଖ୍ୟାଲଘୁ ସଂପାଦକ ସେକ ମହମ୍ମଦ ସାନୁୱାର, ସେକ ଜାହାଙ୍ଗିର ତଥା କାର୍ଯ୍ୟକାରୀ ସଦସ୍ୟଗଣ କାଳୀଚରଣ ଟୁଡୁ, ପୂର୍ଣ୍ଣଚନ୍ଦ୍ର ଟୁଡୁ, ସନାତନ ମୁଣ୍ଡା, ଚନ୍ଦ୍ରମୋହନ ପିଙ୍ଗୁଆ, ଉଦୟନାଥ କିସ୍କୁ, ଧୀରେନ୍ଦ୍ରନାଥ ମାର୍ଣ୍ଡି ପ୍ରମୁଖ ସାମିଲ ଥିଲେ। ଏଥିସହିତ ବହୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ଯୋଗ ଦେଇଥିଲେ | ଆଜି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ବୈଠକ ବସିଥିଲା | ଆଗାମୀ ଦିନରେ ଦଳକୁ ଅଧିକ ମଜବୁତ ଓ ରଣକୌଶଳ କରିବା ପାଇଁ କର୍ମୀଙ୍କ ମତାମତ ନିଆ ଯାଇଥିଲା।

Leave A Reply

Your email address will not be published.