ରାଉରକେଲା : ୨/୨ (ସତ୍ୟାନ୍ୟୁଜ) ସମସ୍ତଙ୍କ ରୋଷେଇ ଘରେ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ପ୍ରତିଦିନ ରସୁଣର ଆବଶ୍ୟକତା ରହିଥାଏ। ମାତ୍ର ତା ଏବେ ସପନ। ରାଉରକେଲା ବଜ଼ାରରେ ରସୁଣ ଏବେ କେଜି ପ୍ରତି ୪୦୦ ଟଙ୍କା। ପୂର୍ବରୁ କେବେଭି ରସୁଣର ଏପରି ଦର ବୃଦ୍ଧି ଘଟି ନଥିଲା। ଡେଲିମାର୍କେଟ ହୋଲସେଲ ବଜ଼ାରରେ ରସୁଣ କେଜି ପ୍ରତି ୩୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୋଲା ବଜାରରେ ୪୦୦ ରୁ ୪୫୦ ଟଙ୍କାରେ ବିକ୍ରି ହେଉଛି। ସେହି ଅନୁସାରେ ଖାଉଟିଙ୍କ ରସୁଣ କିଣିବା ମଧ୍ୟ କମିଯାଇଛି। ପୁରୁଣା ରସୁଣ ଷ୍ଟକ ସରି ଆସୁଥିବାରୁ ଏପରି ଦର ବୃଦ୍ଧି ଘଟୁଥିବା ବେପାରୀ ମାନେ କହୁଛନ୍ତି। ବଜାରକୁ ନୂଆ ରସୁଣ ଆସିଲେ ଦର କମିବାର ସମ୍ଭାବନା ଅଛି। ତେବେ ରସୁଣ ର ଏପରି ଚଢା ଦାମ ଆଉ ୧୫ ଦିନ ରହି ପାରେ ବୋଲି କୁହାଯାଉଛି।