ବଣାଇ : ବଣାଇ ଉପଖଣ୍ଡ ଡାକ୍ତରଖାନାରେ ନିଶୁଳ୍କ ଡାଇଲିସିସ୍ ସେବା କାର୍ଯ୍ୟକ୍ଷମ।। ଲାକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବଣାଇ : ୧/୨ (ସତ୍ୟାନ୍ୟୁଜ) ବଣାଇ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ ପାଇଁ ଡାଇଲିସିସ୍ ବ୍ୟବସ୍ଥାକୁ ଲୋକାର୍ପଣ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ବଣାଇ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ତର ପରାଗ ହର୍ଷଦ ଗାଭାଲି , ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ, ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ଚିକିତ୍ସଳୟର ଅଧିକାରୀ, ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟର ଅଧିକାରୀ, ପୋଲିସ ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଏହାଦ୍ୱାରା ବିଶେଷଭାବରେ ଉପକୃତ ହେବା ନେଇ ଆଶା ପ୍ରକାଶ ପାଇଛି l ଗତ ମାର୍ଚ୍ଚ ୨୦୨୩ ରେ ତତ୍କାଳୀନ ୫ଟି ସଚିବ
ଭିକେ ପାଣ୍ଡିଆନଙ୍କ ସୁନ୍ଦର ଗଡ଼ ଜିଲ୍ଲା ପରିଦର୍ଶନ ସମୟରେ ଏନେଇ ସ୍ଥାନୀୟ ଅଧିବାସୀମାନଙ୍କ ତରଫରୁ ଏକ ଦାବୀପତ୍ର ଦିଆ ଯାଇଥିଲା । ଏହି ଦାବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ସହ ବିଚାର କରି ବଣାଇଠାରେ ଏକ ଡାଇଲିସିସ୍ ୟୁନିଟ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ୟୁନିଟ୍ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ ହୋଇଛି l ଏହା ଦ୍ୱାରା ବଣାଇଗଡ ବ୍ଲକ୍ ସହ ଗୁରୁଣ୍ଡିଆ, ଲହୁଣୀପଡା, କୋଇଡା ବ୍ଲକର ଲୋକ ମାନେ ଉପକୃତ ହେବେ।
ପୂର୍ବରୁ ଡାଇଲିସିସ୍ ସୁବିଧା ଆବଶ୍ୟକ କରୁଥିବା ବୃକକ୍ ରୋଗୀମାନେ ରାଉରକେଲା ଏବଂ ସୁନ୍ଦରଗଡ ଉପରେ ନିର୍ଭରଶୀଳ ଥିଲେ । ସପ୍ତାହକୁ ଦୁଇରୁ ତିନିଥର ଡାଇଲିସିସ୍ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ପାଇଁ ଏହି ସେବା ନିୟମିତ ହାସଲ କରିବା କଷ୍ଟକର ହୋଇଯାଉଥିଲା । ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଦୀର୍ଘ ସମୟ ଯାତ୍ରା କରିବା ଏବଂ ଏ ନେଉ ଅର୍ଥ ଖର୍ଚ୍ଚ କରିବା ଏକ ଦୂରୁହ ବ୍ୟାପାର ଥିଲା । ଏହାଦ୍ୱାରା ସେମାନଙ୍କ ଉପରେ ଅର୍ଥଗତ ଏବଂ ସ୍ୱାସ୍ଥ୍ୟଗତ ଚାପ ପଡୁଥିଲା । ଏହା ଫଳରେ ଅନେକ ଲୋକ ଅନ୍ୟୋପାୟ ହୋଇ ଚିକିତ୍ସା ବନ୍ଦ କରିବା ପାଇଁ ଚିନ୍ତା କରୁଥିଲେ ।
ଏବେ ବଣାଇ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଡାଇଲିସିସ୍ ସେବା ଉପଲବ୍ଧ ହେବା ଫଳରେ ଲୋକମାନଙ୍କୁ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳୁଛି କାରଣ ଏହା ସେମାନଙ୍କ ହାତ ପାଆନ୍ତାରେ ମିଳିବ । ଏହି ଡାଇଲିସିସ୍ କେନ୍ଦ୍ରରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ବୈଷୟିକ ଦକ୍ଷତା ସଂପନ୍ନ ଚିକିତ୍ସକଙ୍କ ଦ୍ୱାରା ବୃକକରେ ସମସ୍ୟା ଭୋଗୁଥିବା ଲୋକଙ୍କୁ ଏ ନେଇ ଆଧୁନିକ ଚିକିତ୍ସା ଦିଆଯିବ । ବଣାଇର ଏହି ଡାଇଲିସସ୍ କେନ୍ଦ୍ରର ସ୍ଥାପନା ସେହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିଚାର କରାଯାଉଛି । ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରୁ ଯେଉଁ ରୋଗୀମାନେ ଏହି ଚିକିତ୍ସା ପାଇଁ ଆସିବେ ଏହି ଚିକିତ୍ସା ବିନା ମୂଲ୍ୟରେ ମିଳିବ । ଏହି ସୁବିଧା କାର୍ଯ୍ୟକ୍ଷମ ହେଲାପରେ ଏହି ଅଞ୍ଚଳରେ ଲୋକଙ୍କର ଦୀର୍ଘଦିନର ଦାବୀ ପୂରଣ ହୋଇଥିବା କୁହା ଯାଉଛି ।