ବଣାଇ : ଖଣ୍ଡାଧାର ମହୋତ୍ସବ ଉଦଯାପିତ।। ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଖଣ୍ଡାଧାର ସମ୍ମାନ।

0 334

ବଣାଇ: ୧/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ବହୁ ମୁଖି ଖେଳ ପଡିଆ ଠାରେ ୧୪ତମ ଖଣ୍ଡାଧାର ମହୋତ୍ସବ ଉଦଯାପିତ ହୋଇ ଯାଇଛି। ଉଦଯାପନ ଉତ୍ସବରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ , ବୀର କିଶୋର ଇନ୍ଦ୍ର ଦେଓ ଦେବ,ସୁମନ ଦତ୍ତ , ପ୍ରଦ୍ୟୁମ୍ନ ତ୍ରିପାଠୀ , କମଳ ଲାକ୍ରା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଥିଲେ। କଳା ଏବଂ କଳାକାରଙ୍କ ପ୍ରତିଭା କୁ ଲୋକ ଲୋଚନକୁ ଆଣିବା ଏହି
ଖଣ୍ଡାଧାର ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତା ମାନେ କହିଥିଲେ। ଓଡିଶା ର ମୁଖ୍ୟ ଓଡିଶୀ ନୃତ୍ୟ ସମେତେ ବାରମାସୀ ନୃତ୍ୟ , ସମ୍ବଲପୁରୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା। କଳାକାର ମାନଙ୍କର ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଆକର୍ଷଣୀୟ ନୃତ୍ୟ ଗୀତ ଦର୍ଶକଙ୍କ ମନ ମୋହି ନେଇ ଥିଲା। ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଖଣ୍ଡାଧାର ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଖଣ୍ଡାଧାର ମହୋତ୍ସବର ସଭାପତି ପ୍ରଦୀପ ତ୍ରିପାଠୀ , ସାମ୍ବାଦିକ ରଞ୍ଜିତ ଚୌଧୁରୀ , ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.