ରାଇରଙ୍ଗପୁର : ମହୁଲଡିହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।। ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ।
ମୟୁରଭଞ୍ଜ : ୧/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର ମହୁଲଡିହାଁ ଗ୍ରାମର ଅନୁସୂଚିତ ଜାତିଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୯ତମ ବାର୍ଷିକ ଉତ୍ସବ ସଭାପତି ତଥା ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ ଯୋଗ ଦେଇ କହିଥିଲେ ଯେ ମହାତ୍ମାଗାନ୍ଧୀଙ୍କ ଭାଷାରେ ଶିକ୍ଷା ହେଉଛି ମଣିଷର ସାମଗ୍ରିକ ବିକାଶ ଅର୍ଥାତ୍ କେବଳ ପୋଥିଗତ ବିଦ୍ୟା ବ୍ୟତୀତ ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶ ହିଁ ଶିକ୍ଷାର ମୂଳଲକ୍ଷ୍ୟ | ସଭା ପ୍ରାରମ୍ଭ ପୂର୍ବରୁ ଅତିଥିଗଣ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ପରେ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା। | ଉକ୍ତ ବୈଠକରେ ମୁଖ୍ୟଅତିଥି ଏସ୍ ଡି ପି ଓ ଗୋକୁଳାନନ୍ଦ ସାହୁ, ମୁଖ୍ୟବକ୍ତା ସ୍ତମ୍ଭକାର ଲଳିତ କୁମାର ମହାନ୍ତ, ସମ୍ମାନିତ ବକ୍ତା ସହ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ସ୍ବତନ୍ତ୍ର ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ମହାନ୍ତି , ପ୍ରଧାନଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ ଓ ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଚିରଞ୍ଜିବୀ ବିରୁଆ ପ୍ରମୁଖ ଉପସ୍ଥିତ ଥିଲେ | ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷୟତ୍ରୀ ପାଠ କରିବା ପରେ ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହାପରେ ଅନ୍ୟ ଅତିଥିଗଣ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ତଥା ଗତବର୍ଷର କୃତିତ୍ବ ଅର୍ଜନକାରୀ ପ୍ରତିଭାମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଉକ୍ତ ଭବ୍ୟ ସଭାକୁ ଶିକ୍ଷକ ଗୁରୁପ୍ରସାଦ ମହାକୁଡ ଓ ଶିକ୍ଷୟତ୍ରୀ ସରସ୍ବତୀ ମହଲା ଏବଂ ପୁରସ୍କାର ବିତରଣୀ ପର୍ବକୁ ଶିକ୍ଷକ ରାଜ କିଶୋର ସୋରେନ ଓ ଶିକ୍ଷୟତ୍ରୀ ସାଗରିକା ମହାପାତ୍ର ପରିଚାଳନା କରିଥିଲେ | ଏଥିରେ ଶିକ୍ଷୟତ୍ରୀ ପ୍ରଭାସିନୀ ସେଠୀ, ଶାଶ୍ବତୀ ମହାନ୍ତି, ରଶ୍ମିବତୀ ମୁର୍ମୁ, ହେମଲତା ମହାନ୍ତ, ଶିକ୍ଷକ ହରପ୍ରସାଦ ମହାନ୍ତ, ଲଳିତ କୁମାର ବାରିକ ସହଯୋଗ କରିଥିଲେ | ଶିକ୍ଷକ ରାଜ କିଶୋର ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଉକ୍ତ ବାର୍ଷକ ଉତ୍ସବରେ ସହରର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଅବିଭାବକ ଏବଂ ସ୍ଥାନୀୟ ଲୋକ ମନେ ଯୋଗ ଦେଇଥିଲେ।