ରାଇରଙ୍ଗପୁର : ନୂଆଗାଁ କଲେଜ ଛକ ପଡ଼ିଆରେ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ।। ମେଲୋଡି କାର୍ଯ୍ୟକ୍ରମରେ ଲୋକେ ଅମୋଦିତ।

0 301

ରାଇରଙ୍ଗପୁର : ୩୧/୧ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର କଲେଜ ଛକ ନିକଟସ୍ଥ ନୂଆଗାଁ ଠାରେ ଥିବା ତ୍ରୀବେଣୀ ଯୁବକ ସଂଘ ତରଫରୁ ୪୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଖେଳ ପ୍ରତିଯୋଗିତା ମଧ୍ୟରେ ବୟସ୍କ ମାନଙ୍କର ୧୫୦୦ ମିଟର ଦୌଡ, ବାଳିକା ବର୍ଗରେ ୪୦୦ମିଟର ଦୌଡ, ଚପଲ ରେସ୍ , ଶିଶୁ ବାଳକ ମାନଙ୍କ ୨୦୦ମିଟର ଦୌଡ, ମହିଳାଙ୍କ ଗୁଲି ଚାମଚ ଦୌଡ, ମହମବତୀ ଦୌଡ , ବାଳକ ବର୍ଗରେ ୮୦୦ମି ଦୌଡ, ଶିଶୁ ଏବଂ ବାଳିକା ବର୍ଗରେ ୨୦୦ମି ଦୌଡ, ବେଲୁନ ଫୁଟା, ସାଧାରଣ ଜ୍ଞାନ ସାମିଲ ହୋଇଥିଲା। କ୍ରୀଡା ଉତ୍ସବ ପରେ ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର କୁଡୁମୀ ସମାଜ, ସଂପାଦକ ମନୋଜ କୁମାର ମହାନ୍ତ ଓ ୱାର୍ଡ ନଂ ୮ କାଉସିଲର ସୁଫଲ ଚନ୍ଦ୍ର ମହାନ୍ତ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାରରେ ପୁରସ୍କୃତ କରିଥିଲେ | ଏହି ସାଂସ୍କୃତିକ ଓ ଶିକ୍ଷଣୀୟ ଭିତ୍ତିକ ପ୍ରତିଯୋଗିତାରେ ତ୍ରୀବେଣୀ ଯୁବକ ସଂଘ ସଭାପତି ଉତ୍ତମ କୁମାର ମହାନ୍ତ, ଉପସଭାପତି ଶୈଳେନ୍ଦ୍ର କୁମାର ମହାନ୍ତ, ସଂପାଦକ ବାପି ମହାନ୍ତ, ସହସଂପାଦକ ପ୍ରଭାତ କୁମାର ମହାନ୍ତ, କୋଷାଧକ୍ଷ ବାସୁ ସର୍ଦ୍ଦାର, ଉପଦେଷ୍ଟା ମଣ୍ଡଳୀ ଭାବେ ସନ୍ତୋଷ କୁମାର ମହାନ୍ତ, ଜ୍ୟୋତି ପ୍ରକାଶ ମହାନ୍ତ, ବିଜୟ କୁମାର ମହାନ୍ତ, ତପନ କୁମାର ମହାନ୍ତ, ସହାୟକ ଭାବେ ପ୍ରକାଶ ମହାନ୍ତ ଓ କ୍ରିଷ୍ଣା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ବିଶେଷ ଆକର୍ଷଣ ଭାବେ ମଡର୍ନ ଝୁମର ମେଲୋଡି ଲୋକମାନଙ୍କୁ ବେଶ ଅମୋଦିତ କରିଥିଲା | ଏହି କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଦେଖିବା ପାଇଁ
ନୂଆଗାଁ କଲେଜ ଛକ ପଡିଆରେ ଦର୍ଶକମାନଙ୍କ ମହଲରେ ବେଶ ଆଗ୍ରହ ପ୍ରକାଶ ପାଇଥିଲା।

Leave A Reply

Your email address will not be published.