ସୁନ୍ଦରଗଡ : ଭାରତୀୟ ପରିସଂଖ୍ୟନ ସେବା ପରୀକ୍ଷାରେ ସୁନ୍ଦରଗଡ ପୁଅ ପ୍ରତିକଙ୍କ ବାଜିମାତ।। ସର୍ବଭାରତୀୟ ସ୍ତରରେ ୮ମ ସ୍ଥାନ ଅଧିକାର କଲେ।

0 407

ସୁନ୍ଦରଗଡ଼ : ୩୦/୧ (ସତ୍ୟାନ୍ୟୁଜ) ୟୁପିଏସସି ଦ୍ବାରା ପରିଚାଳିତ ଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୮ମ ସ୍ଥାନ ଅଧିକାର କରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଲେ ବାଲିଶଙ୍କରା ର ପ୍ରତୀକ ନାଏକ। ପ୍ରତୀକ ପିଲା ବେଳୁ ମେଧାବୀ ଛାତ୍ର ଥିଲେ ତାଙ୍କର ଆଶା ଆଜି ପୂରଣ ହୋଇଛି। ତାଙ୍କର ଏହି ସଫଳତା ରେ ଢେର୍ ଖୁସି ଅଛନ୍ତି ବାପା ମାଆଙ୍କ ସହ ପରିଜନ ତଥା ପାଖ ପଡିଶା। ବାପା ଜୟ ବିହାରୀ ନାଏକ ଏବଂ ମାତା ପ୍ରତିମା ଚୌଧୁରୀ ଉଭୟ ପେଶାରେ ଶିକ୍ଷକ। ଛୋଟ ବେଳୁ ପ୍ରତୀକ ର ପାଠ ପଢା ପ୍ରତି ରୁଚି ଦେଖି ସେ ନିଶ୍ଚିତ ଜୀବନରେ ସଫଳ ହେବ ବୋଲି ଆଶାବାଦୀ ରହିଥିଲେ । ଭାରତୀୟ ପରିସଂଖ୍ୟାନ ସେବା ଦ୍ବିତୀୟ ଥର ପ୍ରୟାସ ରେ ସେ ଏହି ସଫଳତା ପାଇ ପାରିଛନ୍ତି।

ବାଲିଶଙ୍କରା ଭଳି ଉପାନ୍ତ ଅଞ୍ଚଳର ସରସ୍ବତୀ ଶିଶୁ ମନ୍ଦିରରୁ ନିଜର ପ୍ରାଥମିକ ଶିକ୍ଷା ପରେ ଗିରିଙ୍ଗକେଲା ହାଇସ୍କୁଲରୁ ମାଟ୍ରିକ ଏବଂ ଯୁକ୍ତ ଦୁଇ ଭୁବନେଶ୍ବରର ଏକ ଘରୋଇ ମହାବିଦ୍ୟାଳୟରୁ ପାସ କରିଥିଲେ। ଯୁକ୍ତ ଦୁଇ ପଢିବା ପରେ ବିଜେବି କଲେଜରୁ ସ୍ନାତକ ଏବଂ ବନାରସ ହିନ୍ଦୁ ୟୁନଭରସିଟି ରୁ ସ୍ନାତକୋତ୍ତର ପରେ ୨୦୨୨ ରେ ପ୍ରଥମ ପ୍ରୟାସରେ ସେ ସଫଳ ହୋଇ ପାରିନଥିଲେ। ହାର ନ ମାନି ପୁଣି ଥରେ ପ୍ରୟାସ କରି ଆଜି ସେ ଏହି ସଫଳତା ପାଇ ପାରିଛନ୍ତି। ଏକ ମାତ୍ର ପୁଅ ର ଏହି ସଫଳତା ରେ ବାପା ମା ବେଶ ଖୁସି ଅଛନ୍ତି।

Leave A Reply

Your email address will not be published.