ରାଉରକେଲା : ରାଉରକେଲାରୁ କୋଲକାତା ବିମାନ ସେବା ଆରମ୍ଭ।। ଗତକାଲି ଠାରୁ ରାଉରକେଲା -ଭୁବନେଶ୍ୱର ବିମାନ ସେବା ଚାଲୁ ହୋଇଛି।

0 664

ରାଉରକେଲା : ୩୦/୧ (ସତ୍ୟାନ୍ୟୁଜ) ଆଜିଠାରୁ ରାଉରକେଲା- କୋଲକାତା ବିମାନ ସେବା ଆରମ୍ଭ ହୋଇଛି। କୋଲକାତାରୁ ବିମାନ ବାହାରି ରାଉରକେଲା ଦେଇ ଭୁବନେଶ୍ୱରରେ ପହଞ୍ଚିଛି। ସେହିପରି ଭୁବନେଶ୍ୱରରୁ କୋଲକତା ଯାଇଛି। ଏବେ ସପ୍ତାହକୁ ତିନି ଦିନ ଏହି ବିମାନ ସେବା ସୁବିଧା ରାଉରକେଲା ବାସୀ ପାଇବେ। ଅନ୍ୟପକ୍ଷରେ ରାଉରକେଲା- ଭୁବନେଶ୍ୱର ବିମାନ ସେବା ଦେଢ଼ ମାସ ବନ୍ଦ ରହିବା ପରେ ସୋମବାର ଦିନ ପୁନ୍ନ ଆରମ୍ଭ ହୋଇଛି। ଗତକାଲି ରାଉରକେଲାରୁ ୪୬ ଜଣ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ତେବେ ଏହି ବିମାନ ସେବାକୁ ନିୟମିତ କରିବାକୁ ଯାତ୍ରୀ ମାନେ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ରାଉରକେଲା ବିମାନ ବନ୍ଦରରେ ସ୍ୱତନ୍ତ୍ର ଭିଏଫଆର ସିଷ୍ଟମରେ ବିମାନ ଅବତରଣ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏହି ସିଷ୍ଟମରେ ବିମାନ ଚଳାଚଳ ପାଇଁ ଆଲିଆନ୍ସ ଏଆରକୁ ଏପର୍ଯ୍ୟନ୍ତ ଡ଼ିଜିସିଏ ଅନୁମତି ମିଳି ପାରିନାହିଁ। ଭିଏଫଆର ସିଷ୍ଟମରେ ବିମାନ ଅବତରଣ ହୋଇ ନପାରିଲେ ବିମାନ ଚଳାଚଳ କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିବ। ଏହି ବ୍ୟବସ୍ଥା ଶୀଘ୍ର ଲାଗୁ କରିବାକୁ ଦାବି ହେଉଛି।

ଦୀର୍ଘ ୫୦ ଦିନ ପରେ ରାଉରକେଲାରୁ ଭୁବନେଶ୍ୱର ବିମାନ ସେବା ପୁନ୍ନ ଆରମ୍ଭ ହୋଇଛି। ମାତ୍ର ଏହା କିପରି ନିୟମିତ ହୋଇ ପାରିବ ସେଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଯତ୍ନବାନ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.