ବଣାଇ : ଖଣ୍ଡାଧାର ମହୋତ୍ସବ ଉଦଘାଟିତ।। ଓଡିଶୀ ନୃତ୍ୟ ସହ ବିଭିନ୍ନ ନୃତ୍ୟ ପରିବେଷଣ କଲେ କଳାକାର।

0 292

ବଣାଇ : ୨୯/୧ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ବହୁମୁଖି ଖେଳ ପଡିଆ ଠାରେ ୧୪ତମ ଖଣ୍ଡାଧାର ମହୋତ୍ସବ ଉଦଘାଟିତ ହୋଇ ଯାଇଛି। ମହୋତ୍ସବ କମିଟିର ସଭାପତି ପ୍ରଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ରଞ୍ଜିତ ଚୌଧୁରୀ , ସତ୍ୟନାରୟଣ ମିଶ୍ର , ରାଜେନ୍ଦ୍ର ପ୍ରଧାନ, ଖଗେଶ୍ୱର ବାରିକ, ପ୍ରଦୀପ ମିଶ୍ର , ବିରଜା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କଳା ସହ କଳାକାରଙ୍କ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବା ଏହି
ଖଣ୍ଡାଧାର ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ମାନେ କହିଥିଲେ। ଓଡିଶୀ ନୃତ୍ୟ ସହ ବାରମାସୀ ନୃତ୍ୟ , ସମ୍ବଲପୁରୀ ନୃତ୍ୟ ଆଦି ପରିବେଷଣ କରଯାଇଥିଲା।

Leave A Reply

Your email address will not be published.