ସୁନ୍ଦରଗଡ : ୫ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ।। ସୁନ୍ଦରଗଡ଼ ଜିଲ୍ଲାରେ ୮୨ଟି ରୂପାନ୍ତରିତ ସ୍କୁଲ ଉଦଘାଟିତ

0 307

ସୁନ୍ଦରଗଡ଼: ୨୯/୧ (ସତ୍ୟାନ୍ୟୁଜ) ୪ର୍ଥ ପର୍ଯ୍ୟାୟ 5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ରେ ଆଜି କଳାହାଣ୍ଡି , ଭଦ୍ରକ, କୋରାପୁଟ କନ୍ଧମାଳ , ଏବଂ ସୁନ୍ଦରଗଡ଼ ଜିଲ୍ଲାର ୩୪୩ ଟି ରୂପାନ୍ତରିତ ହାଇସ୍କୁଲ କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ରେ ୮୨ଟି ରୂପାନ୍ତରିତ ହାଇସ୍କୁଲ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ସେଣ୍ଟ ମେରି ହାଇସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପୂର୍ବତନ ବିଧାୟକ ଯୋଗେଶ ସିଂ , ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ପରାଗ ହର୍ଷଦ ଗଭାଲି ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟ ରେ ୬୭, ଦ୍ବିତୀୟ ପର୍ଯ୍ୟାୟ ରେ ୧୮୦, ତୃତୀୟ ପର୍ଯ୍ୟାୟ ରେ ୪୯ ଏବଂ ଆଜି ୪ର୍ଥ ପର୍ଯ୍ୟାୟ ରେ ୮୨ ଟି ସ୍କୁଲ ରୂପାନ୍ତରିତ ହୋଇଛି ।

Leave A Reply

Your email address will not be published.