ରାଉରକେଲା : ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସହରରେ ଉତ୍ସବର ମାହୋଲ।। ପୋଲିସର ଶାନ୍ତି କମିଟି ବୈଠକ।

0 484

ରାଉରକେଲା : ୨୨/୧ (ସତ୍ୟାନ୍ୟୁଜ) ଆସନ୍ତାକାଲି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଗାଁରୁ ନେଇ ସହର ପର୍ଯ୍ୟନ୍ତ ସବୁଆଡେ ଦେଖା ଯାଉଛି ଉତ୍ସବର ମାହୋଲ। ରାଉରକେଲା ସହର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ପାନପୋଷ ଛକ ଠାରୁ ବିରସା ମୁଣ୍ଡା ଛକ ପର୍ଯ୍ୟନ୍ତ ମୁଖ୍ୟ ମାର୍ଗରେ ଆଲୋକ ମାଳାରେ ସହର ଝଲୁସୁଛି। ରାସ୍ତା ପାର୍ଶ୍ଵ ଗେରୁଆ ମୟ ହୋଇ ପଡିଛି। ରାମ ମନ୍ଦିର ପ୍ରତିଷ୍ଠା ପରିପ୍ରେକ୍ଷୀରେ ସହରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଶନିବାର ଦିନ ପ୍ଲାଣ୍ଟସାଇଟ ଥାନାରେ ଏକ ଶାନ୍ତି କମିଟି ବୈଠକର ଅୟୋଜନ କରାଯାଇଥିଲା। ଏହି ବୈଠକରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ଇଣ୍ଟିଗ୍ରେସନ ଫୋରମର ସଦସ୍ୟ ମାନେ ଯୋଗ ଦେଇ ସହରରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ। ପ୍ରଶାସନ ପକ୍ଷରୁ ନୂତନ ଆଇପିଏସ ଅଧିକାରୀ ସୋନାଲି ସିଂ ପରମାର , ଡ଼ିଏସପି ଅନୀଲ ପ୍ରଧାନ , ଡିଆଇବି ଡିଏସପି , ପ୍ଲାଣ୍ଟସାଇଟ ଏବଂ ଉଦିତନଗର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଭାଇଚାରା ଏବଂ ଶାନ୍ତିର ସହ ଏହି ଉତ୍ସବ ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିବେଦନ କରା ଯାଇଛି।

Leave A Reply

Your email address will not be published.