ରାଉରକେଲା : ୨୦/୧ (ସତ୍ୟାନ୍ୟୁଜ) କୁଣ୍ଡରେ ଶୋଭା ପାଉଛି ବିଭିନ୍ନ ରଙ୍ଗର ଗୋଲାପ , ସେବତୀ , ଡାଲିଆ ଏବଂ ଅନ୍ୟ ଫୁଲ। ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଲାଗି ରହିଛି। ଫୁଲ ସାଙ୍ଗକୁ ବିଭିନ୍ନ ପ୍ରକାର ଉନ୍ନତମାନର ପନି ପରିବା ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହି ଫଳ ପୁଷ୍ପ ପ୍ରଦର୍ଶନୀ ଅୟୋଜନ କରା ଯାଇଛି ରାଉରକେଲା ଜୁବୁଲି ପାର୍କରେ। ଇସ୍ପାତ କାରଖାନା ଉଦ୍ୟାନ ବିଭାଗ ପକ୍ଷରୁ ଅୟୋଜିତ ଏହି ଫଳ ପୁଷ୍ପ ପ୍ରଦର୍ଶନୀକୁ ଆରଏସପି ନିର୍ବାହୀ ନିର୍ଦ୍ଦେଶକ ପି କେ ସାହୁ ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ୭୭୫ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। କର୍ମଚାରୀଙ୍କ ମଧ୍ୟରେ ଉଦ୍ୟାନ ଏବଂ କୃଷି କାର୍ଯ୍ୟକୁ ଉତ୍ସାହିତ କରିବାକୁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରତିବର୍ଷ ଏହି ଫଳ ପୁଷ୍ପ ପ୍ରଦର୍ଶନୀ କରା ଯାଇଥାଏ। ଏହି ପ୍ରଦର୍ଶନୀ ଶନିବାର , ରବିବାର ଦୁଇଦିନ ଧରି ଜୁବୁଲି ପାର୍କରେ ଚାଲିବ।