ରାଉରକେଲା : ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ।। ଟଙ୍କା ଫେରସ୍ତ ନଦେଲେ ପୋଷ୍ଟ ଅଫିସ ଅଚଳ କରାଇବା ଧମକ।

0 1,802

ବଣାଇ : ୧୮/୧ (ସତ୍ୟାନ୍ୟୁଜ) ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର କେନlଭେଟା ଏବଂ ଗୋବିନ୍ଦପୁର ପଞ୍ଚାୟତରୁ। ଇନ୍ଦ୍ରପୁର ଗ୍ରାମ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ସୁକନ୍ୟା, ଜମା ଖାତା , ଆର ଡ଼ି ଏବଂ ଅନ୍ୟାନ୍ୟ ଯୋଜନାରେ ଡିପୋଜିଟ କରି ଥିଲେ ଜମାକାରୀ। କିନ୍ତୁ ଖାତା ଯାଞ୍ଚ କଲା ବେଳେ ଖାତାରେ ଟଙ୍କା ଜମା ହୋଇ ନଥିବା ଜଣା ପଡ଼ିଥିଲା। ଉକ୍ତ ପୋଷ୍ଟ ମାଷ୍ଟରଙ୍କୁ ଫୋନ କଲେ ସେ ଫୋନ ଉଠାଉ ନାହାନ୍ତି। ତୁରନ୍ତ ଟଙ୍କା ଫେରସ୍ତ ନଦେଲେ ପୋଷ୍ଟ ଅଫିସରେ ତାଲା ପକାଇବା ସହ ଜାତୀୟ ରାଜପଥ ଅବରୋଧ କରିବା ଧମକ ଦେଇଛନ୍ତି ଜମାକାରୀ।

Leave A Reply

Your email address will not be published.