ରାଉରକେଲା : ହନୁମାନ ବାଟିକାରେ ସ୍ଥାପନ କରାଯିବ ବିଶ୍ୱର ସବୁଠାରୁ ବଡ଼ ଦୀପ।। ଅଯୋଧ୍ୟା ଶ୍ରୀରାମ ମନ୍ଦିର ଲୋକାର୍ପଣ ଦିନ ସ୍ଥାପନ କରା ଯିବ ଦୀପ।

0 425

ରାଉରକେଲା : ୧୮/୧ (ସତ୍ୟାନ୍ୟୁଜ) ଦୀପର ଗୋଲେଇ୧୨ ଫୁଟ୍। ଉଚ୍ଚତା ୫ ଫୁଟ୍। ସାଢ଼େ ୬ କୁଇଣ୍ଟାଲ ଘିଅରେ ଜଳିବ ୩୪ ଫୁଟ୍ ର ବଳିତା। ଏପରି ଏକ ଦୀପ ୨୨ ତାରିଖ ଦିନ ସ୍ଥାପନ କରାଯିବ ରାଉରକେଲା ହନୁମାନ ବାଟିକାରେ। ସେହି ଦିନ ସନ୍ଧ୍ୟାରେ ଓଡିଶା ରାଜ୍ୟପାଳଙ୍କ ହନୁମାନ ବାଟିକା ଆସିବା କାର୍ଯ୍ୟକ୍ରମ ରହିଛି। ଜୟ ହନୁମାନ ଟ୍ରଷ୍ଟ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆ ଯାଇଛି। ୨୨ ତାରିଖ ଦିନ ଅଯୋଧ୍ୟାର ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ଏହି ବିଶାଳକାୟ ଦୀପ ସ୍ଥାପନ କରା ଯାଉଛି। ସ୍ମାଇଲ ଫର ଏଭର ଫାଉଣ୍ଡେସନ ପକ୍ଷରୁ ଏହି ଦୀପ ପ୍ରସ୍ତୁତ କରା ଯାଉଛି। ମାଟି , ବାଉଁଶ , ପ୍ଲାଷ୍ଟର ଅଫ ପ୍ୟାରିସ୍ ରେ ଏହି ଦୀପ ନିର୍ମାଣ କରାଯାଇଛି। ଏହା ବିଶ୍ୱର ସବୁ ଠାରୁ ବଡ଼ ମାଟି ଦୀପ ବୋଲି ସଂସ୍ଥା ପକ୍ଷରୁ ଦାବି କରା ଯାଇଛି। ହନୁମାନ ବାଟିକାରେ ଏହି ଦୀପ ୪୫ ଦିନ ଧରି ଜଳିବ ବୋଲି ଟ୍ରଷ୍ଟର ସମ୍ପାଦକ ସୁବ୍ରତ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.