ସୁନ୍ଦରଗଡ଼: ୧୮/୧ (ସତ୍ୟାନ୍ୟୁଜ) ଜଙ୍ଗଲରେ ପଡି ରହିଛି ଦୁଇ ଯୁବକଙ୍କ ଶବ। ପାଖରେ ପଡିଛି ବାଇକ। ଯୁବକ ଦ୍ୱୟ ଫୁଟବଲ ଖେଳ ଜର୍ସି ପିନ୍ଧିଛନ୍ତି। ଏପରି ଘଟଣାର ସୂଚନା ଆସୁଛି ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ସାଲେପାଲି ମାନମୁଣ୍ଡା ଜଙ୍ଗଲ ନିକଟରୁ। ଏହି ଜଙ୍ଗଲରୁ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଦେହ ଦ୍ବୟର ଅଳ୍ପ ଦୁରରେ ପଡ଼ିଛି ବାଇକ୍। ଉଭୟ ଯୁବକ ସଚିନ୍ଦ୍ର କିଷାନ ଏବଂ ଅଜୁ ମାଝୀ ସଦର ଥାନା ବିଜୁଳି ଖମନ ଅଞ୍ଚଳର ବୋଲି ସୂଚନା ମିଳିଛି । ଉଭୟ ଯୁବକ ବାଇକ ରେ ଯାଉଥିବା ବେଳେ କଲଭର୍ଟ ପିଟି ହୋଇ ଛିଟିକି ପଡିଥିବା ସଂଦେହ କରାଯାଉଛି । ଘଟଣାସ୍ଥଳ ରେ ଧରୁଆଡ଼ିହି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।