ପୁରୀ : ୧୬/୧ (ସତ୍ୟାନ୍ୟୁଜ) ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ମହାଯଜ୍ଞ ଆରମ୍ଭ ହୋଇ ଯାଇଛି। ୧୦୮ ଜଣ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ ଧ୍ୱନୀରେ ମୁଖରିତ ହେଉଛି ଚାରିଦିଗ। ଏହି ତିନି ଦିନିଆ ମହାଯଜ୍ଞ ଗତକାଲି ଠାରୁ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ମୁଖ୍ୟ
ଯଜ୍ଞକୁଣ୍ଡରେ ସଂଯୋଗ ପରେ ଘୃତ ଆହୁତି ଦିଆଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏହି ଭବ୍ୟ ଆୟୋଜନକୁ ଦେଖିବାକୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇ ଗଲାଣି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।