ବିରମିତ୍ରପୁର : ବିରମିତ୍ରପୁରରେ ଶାନ୍ତି କମିଟି ବୈଠକ।। ଅଯୋଧ୍ୟା ରାମ ଜନ୍ମ ଭୂମି ଏବଂ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କୁ ନେଇ ବୈଠକ।

0 309

ବିରମିତ୍ରପୁର : ୧୬/୧ (ସତ୍ୟାନ୍ୟୁଜ) ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠା ଏବଂ ୧୭ ତାରିଖରେ ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ପୋଲିସ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବିରମିତ୍ରପୁର ଏସ୍ ଡି ପି ଓ ସୁଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଥାନା ଅଧିକାରୀ ଆଶିଷ କୁମାର ଜେନା ମଧ୍ୟ ଉପସ୍ଥିତ ଥିଲେ। ସହରରେ କିପରି ଶାନ୍ତି ଶୃଙ୍ଖଳା ସହ ଏହି କାର୍ଯ୍ୟକ୍ରମ ହୋଇ ପାରିବ ସେ ବାବଦରେ ଆଲୋଚନା ହୋଇଥିଲା। ଉପସ୍ଥିତ ଶାନ୍ତି କମିଟିର ସଦସ୍ୟ ମାନେ ବିରମିତ୍ରପୁରରେ କିଭଳି ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ହେବ ସେ ବାବଦରେ ମତ ରଖିଥିଲେ।

Leave A Reply

Your email address will not be published.