ରାଉରକେଲା : ୧୭/୧ ସହରରେ ଏକ ଅଳଙ୍କାର ଦୋକାନରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ଉଦିତନଗର ଥାନା ପୋଲିସ ୬ ଜଣ ଦ୍ରୁବୃତ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩ଟି ପିସ୍ତଲ , ଗୋଟିଏ ଖେଳଣା ପିସ୍ତଲ , ୬ ରାଉଣ୍ଡ ଜୀବନ୍ତ ଗୁଳି , ଭୁଜାଲି , ରଡ଼ ଆଦି ଜବତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୋଲିସର କହିବା ଅନୁସାରେ ଏହି ଦ୍ରୁବୃତ୍ତ ମାନେ ଗତକାଲି ରାତିରେ ଡିଏଭି ପୋଖରୀ ପାଖ ପଡ଼ିଆ ରେ ଯୋଜନା କରୁଥିଲେ। ପୋଲିସ ଚଢ଼ାଉ ବେଳେ ୪ ଜଣ ଦ୍ରୁବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ୬ ଜଣ ଧରା ପଡ଼ିଥିଲେ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାହୁଲ ଗୋପ , ରୋହିତ ନାୟକ , ସୋନୁ ସାହୁ , ରାଜା ଯାଦବ , ସୁରଜ ମହାତୋ ଏବଂ ମହମ୍ମଦ ଇରସାଦ।