ସୁନ୍ଦରଗଡ଼ : ୧୫/୧ (ସତ୍ୟାନ୍ୟୁଜ) ମହିଳାଙ୍କ ବେକରୁ ସୁନା ଚେନ୍ , ଭ୍ୟାନିଟି ବ୍ୟାଗ ଏବଂ ମୋବାଇଲ ଫୋନ ଲୁଟ୍ କରୁ ଥିବା ଏକ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ସୁନ୍ଦରଗଡ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ବିଭିନ୍ନ ବ୍ରାଣ୍ଡର ମୋବାଇଲ ଫୋନ , ନଗଦ ୪୩ ହଜାର ଟଙ୍କା , ଲୁଟ୍ ରେ ବ୍ୟବହାର କରା ଯାଉଥିବା ଦୁଇଟି ବାଇକ୍ ଜବତ କରିଛନ୍ତି। ଏହି ଲୁଟେରା ମାନେ ଭିଡ଼ ସ୍ଥାନରେ ମହିଳା ମାନଙ୍କୁ ଟାର୍ଗେଟ କରୁଥିଲେ। କେହି କଥା ହୋଇ ରାସ୍ତାରେ ଯାଉଥିବା ବେଳେ ବାଇକ ରେ ଆସି ଏହି ଗ୍ୟାଙ୍ଗର ସଦସ୍ୟ ମାନେ ମୋବାଇଲ ଫୋନ ଲୁଟି ନେଉଥିଲେ। ସେହି ପରି ମହିଳାଙ୍କ ବେକରୁ ସୁନା ଚେନ୍ ଏବଂ ହାତରୁ ଭ୍ୟାନିଟି ବ୍ୟାଗ ଲୁଟି ନେଉଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ୪ ଜଣ ଅନ୍ତର୍ରାଜ୍ୟ ଲୁଟେରାଙ୍କୁ ଗିରଫ କରିଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ ବେକ ରୁ ସୁନା ଚେନ ଛିନତାଇ କରୁଥିବା ଏବଂ ବଜାର ରୁ କିମ୍ବା ଭିଡ଼ ସ୍ଥାନରୁ ମୋବାଇଲ ଚୋରାଉଥିବା ଚାରି ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ। ତାଙ୍କ ଠାରୁ ଦୁଇଟି ମୋଟର ସାଇକେଲ, ୨୦ ଟି ବିଭିନ୍ନ ବ୍ରାଣ୍ଡ ର ସ୍ମାର୍ଟ ଫୋନ ସହିତ ନଗଦ ୪୩ ହଜାର ୫୦୦ଟଙ୍କା ନଗଦ ଜବତ କରିଛି ପୋଲିସ । ଗତ ୧୧ ତାରିଖ ଏ ଡି ବି କଲୋନୀ ର ତନୁଜା କାଲୋ ନିଜ ପୁଅ ସହିତ ସ୍କୁଟର ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଡିଆରଡିଏ ଛକ ନିକଟରେ ଏକ ବାଇକରେ ଆସି ପଛ ପଟୁ ବେକ ରୁ ସୁନା ଚେନ ଛିନ୍ତାଇ କରି ଫେରାର ହୋଇ ଯାଇଥିଲେ । ସେହିପରି ଆଉ ଏକ ମାମଲାରେ ଗତ କାଲି କେନ୍ଦୂପଡ଼ା ଅଞ୍ଚଳ ର ଲିପିକା ମହାନନ୍ଦିଆ ବଜାର କରି ଫେରୁଥିବା ବେଳେ ଏକ ବାଇକ ରେ ତିନି ଜଣ ଦୁର୍ବୃତ୍ତ ଆସି ମୋବାଇଲ ଏବଂ ଭ୍ୟାନିଟି ବ୍ୟାଗ୍ ଲୁଟି ନେଇଥିଲେ । ଏହି ମାମଲା ର ତଦନ୍ତ କରି ଟାଉନ ଥାନା ପୋଲିସ ଚେନ ଛିନ୍ତାଇ ମାମଲା ରେ ବିହାର ର ଦାନାପୁର ଥାନା ଅଞ୍ଚଳ ମାଏନପୁରା ର ପିଣ୍ଟୁ କୁମାର ଏବଂ ବିହାର ମାଂଝୀ ଥାନା ଅଞ୍ଚଳ ଛାପଡ଼ା ର ରାଜୀବ କୁମାର ସିଂ କୁ ଗିରଫ କରିଥିବା ବେଳେ ମୋବାଇଲ ଲୁଟ ମାମଲା ରେ ଝାରଖଣ୍ଡ ତାଲଝରି ଥାନା ନାୟାଟୋଲି ର ସଞ୍ଜୁ କୁମାର ଏଵଂ ହରିୟାଣା ଫରିଦାବାଦ ଅଞ୍ଚଳ ର ସଞ୍ଜୟ ପାଲ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ । ଦୀର୍ଘଦିନ ରୁ ଏହି ଦୁଇ ଗ୍ୟାଙ୍ଗ ସୁନ୍ଦରଗଡ଼ ସହର ରେ ଆତଙ୍କ ଖେଳାଇ ଥିଲେ । ବଜାର ରୁ ମୋବାଇଲ ଚୋରି ଏବଂ ରାସ୍ତା ରେ ଯିବା ବାଟରେ ବେକ ରୁ ସୁନା ଚେନ୍ ଲୁଟ ଘଟଣା ନୀତି ଦିନିଆ ଘଟଣା ହୋଇଯାଇଥିଲା। ଏହି ଅପରାଧିଙ୍କ
ଅନ୍ୟ କେଉଁ ଥାନାରେ ମାମଲା ରହିଛି କି ନାହିଁ ତାହା ତଦନ୍ତ କରୁଛି ।