ରାଉରକେଲା : ମକର ସଂକ୍ରାନ୍ତି ଉପଲକ୍ଷେ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ।। ଅଷ୍ଟ ପ୍ରହର ସଂକୀର୍ତ୍ତନ ସହ ଖାଦ୍ୟପେୟ ବଣ୍ଟନ।
ରାଉରକେଲା : ୧୫/୧ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମକର ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି। କେଉଁଠି ମକର ମିଳନ ହେଉଛି ତ ଆଉ କେଉଁଠି ଅଷ୍ଟ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ହେଉଛି। ଅନ୍ୟ କେତେକ ସ୍ଥାନରେ ଖାଦ୍ୟ ପେୟ ବଣ୍ଟନ କରାଯାଉଛି। ଧାମରା ସଙ୍ଘ ପକ୍ଷରୁ ଛେଣ୍ଡ କଲୋନୀରେ ମକର ମିଳନ କାର୍ଯ୍ୟକ୍ରମ ସହ ସଂଘର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ , ସୁନ୍ଦରଗଡ ସଂସଦ ଜୁଏଲ ଓରାମ , ରଘୁନାଥପାଲି ବିଧାୟକ ସୁବ୍ରତ ତାରାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେହପରି ପାୱାର ହାଉସ ରୋଡ଼ ନେସନଲ କ୍ଲବ ପରିସରରେ ଅଷ୍ଟ ପ୍ରହର ନାମଯଜ୍ଞର ଅୟୋଜନ କରଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ଟ୍ରଷ୍ଟ ଏବଂ ଆଖଣ୍ଡଳମଣୀ ମନ୍ଦିର କମିଟି ଅନୁକୂଲ୍ୟରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକମାନେ ଭାଗ ନେଇଥିଲେ। ସଂସଦ ଜୁଏଲ ଓରାମ , ବିଜେପି ନେତା ନିହାର ରାୟ ପ୍ରମୁଖ ସଂକୀର୍ତ୍ତନରେ ସାମିଲ ହୋଇ ମକର ସଂକ୍ରାନ୍ତିର ଶୁଭେଚ୍ଛାଜଣାଇଥିଲେ।