ରାଉରକେଲା : ଆରଏସପି ଦ୍ୱାରା ଅୟୋଜିତ ‘ମକର ମହୋତ୍ସବ’ ଲୋକଙ୍କ ମନ ମୋହିଲା।। ଗୁଡି ଉଡା ସହ ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ।

0 357

ରାଉରକେଲା : ୧୪/୧ (ସତ୍ୟାନ୍ୟୁଜ) ଅନେକତା ଭିତରେ ଏକତା। ଏହାର ନିର୍ଦ୍ଦଶନ ସବୁବେଳେ ଦେଖିବାକୁ ମିଳେ ରାଉରକେଲାରେ। ତେଣୁ ଏହି ସହରକୁ ମିନି ଇଣ୍ଡିଆ କୁହାଯାଏ। ଏହି ଧାରା କୁ ଆଉ ପାଦେ ଆଗେଇ ନେଇଛି ରାଉରକେଲା ଇସ୍ପାତ କାରଖାନା। ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଆରଏସପି ଅୟୋଜନ କରିଛି ମକର ମହୋତ୍ସବ। ଏହି ମେଗା ରଙ୍ଗୀନ କାର୍ଯ୍ୟକ୍ରମ ଆମୋଦ ପ୍ରମୋଦ ଏବଂ ମନୋରଞ୍ଜନ ପାଇଁ ହୋଇଥିଲେ ମଧ୍ୟ ଏହା ଭାଇଚାରାର ଏକ ବଡ଼ ସନ୍ଦେଶ ଦେଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର କଳା , ସଂସ୍କୃତି , ନୃତ୍ୟ ଆଦିକୁ ସହରର ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ। ମକର ସଂକ୍ରାନ୍ତିର ଚିରାଚରିତ ଗୁଡ଼ି ଉଡାଇବା କାର୍ଯ୍ୟକ୍ରମ ମଧ୍ୟ ବେଶ ଆମୋଦ ଦାୟକ ଥିଲା। କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ , ବିଧାୟକ ସୁବ୍ରତ ତାରାଇ , ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.