ରାଉରକେଲା : ୧୩/୧ (ସତ୍ୟାନ୍ୟୁଜ) ଆଉ ଦିନକ ପରେ ମକର ସଂକ୍ରାନ୍ତି। ଏଥିପାଇଁ ରାଉରକେଲା ସହର ଚଳଚଞ୍ଚଳ ହୋଇ ଉଠିଛି। ମକର ଉତ୍ସବରେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ବଜ଼ାରରେ ଭିଡ଼ ଲାଗି ରହିଛି। ଏହି ସବୁ ପ୍ରସ୍ତୁତି ମଧ୍ୟରେ ଆଉ ଏକ ମିଷ୍ଟାନ୍ନ ସାମଗ୍ରୀ ନଜରକୁ ଆସୁଛି। ତା ହେଲା ତିଲକୁଟ୍। ରାଶି ଏବଂ ଚିନି କିମ୍ବା ଗୁଡ଼ ମିଶ୍ରଣରେ ଏହା ପ୍ରସ୍ତୁତ କରାଯାଏ। ବିଶେଷ କରି ହିନ୍ଦୀ ଭାଷୀ ଅଞ୍ଚଳରେ ଏହି ତିଲ କୁଟ୍ ମକର ସଂକ୍ରାନ୍ତି ଦିନ ପୂଜାରେ ଲାଗିଥାଏ। ପୂର୍ବରୁ ମକରରେ ଏହି ସାମଗ୍ରୀ ବିହାରର ଗୟାରୁ ଆସୁଥିଲା। ମାତ୍ର ଏବେ ଏହା ରାଉରକେଲାରେ ପ୍ରସ୍ତୁତ କରାଯାଉଛି। ବିହାରରୁ ପ୍ରତି ବର୍ଷ କାରିଗର ମାନେ ଆସି ତିଲକୁଟ୍ ପ୍ରସ୍ତୁତ କରିଥାନ୍ତି। ରାଶି ଏବଂ ଚିନିକୁ ମିଶ୍ରଣ କରି ପାଗ କଲା ପରେ ଏହାକୁ କୁଟା ଯାଇଥାଏ। ପରେ ଏହାକୁ ପ୍ୟାକିଙ୍ଗ କରାଯାଇ ରାଉରକେଲା ସମେତ ବିଭିନ୍ନ ସହରକୁ ପଠା ଯାଇଥାଏ। ରାଉରକେଲାରୁ
ତିଲକୁଟ୍ ଝାରଖଣ୍ଡ ମଧ୍ୟ ଯାଇଥାଏ। ଗୟା ପ୍ରସିଦ୍ଧ ଏହି ମିଷ୍ଟାନ୍ନ ଏବେ ଓଡ଼ିଶାରେ ବେଶ ଆଦୃତ ହୋଇ ପାରିଛି।