ରାଉରକେଲା : ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ।। ହିତାଧିକାରୀଙ୍କୁ ତତ୍କାଳ ବିଭିନ୍ନ ଯୋଜନା ର ସୁବିଧା ପ୍ରଦାନ ବ୍ୟବସ୍ଥା।

0 326

ରାଉରକେଲା : ୧୩/୧ (ସତ୍ୟାନ୍ୟୁଜ) ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ସରକାରଙ୍କ ବହୁ ଯୋଜନା ରହିଛି। ଭିନ୍ନକ୍ଷମ ଭତ୍ତା , ବସ ପାସ , ଭିନ୍ନକ୍ଷମ ଉପକରଣ ସହ ବହୁ ସୁବିଧା ରହିଛି। ମାତ୍ର ଏହି ସୂଚନା ପ୍ରକୃତ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରର ଅୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ଆହୁତି ଭବନରେ ଏହି ଶିବିରର ଅୟୋଜନ କରା ଯାଇଥିଲା। ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଅୟୋଜିତ ଏହି ଶିବିରରେ ଶତାଧିକ ଭିନ୍ନକ୍ଷମ ଯୋଗ ଦେଇ ତତ୍କାଳ ନିଜର ପ୍ରମାଣପତ୍ର ସହ ବିଭିନ୍ନ ସରକାରୀ ସୁବିଧାର ଲାଭ ଉଠାଇ ପାରିଥିଲେ। ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Leave A Reply

Your email address will not be published.