ରାଉରକେଲା : ୧୨/୧ (ସତ୍ୟାନ୍ୟୁଜ) ରାଉରକେଲା ଇଣ୍ଡୋ ଇଂଲିଶ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଭଞ୍ଜ ଭବନରେ ଶୁକ୍ରବାର ଦିନ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଏନ୍ ଆଇ ଟି ର ନିର୍ଦ୍ଦେଶକ କେ ଉମାମହେଶ୍ବର ରାଓ ଯୋଗ ଦେଇଥିଲେ। ସ୍କୁଲର ପ୍ରତିଷ୍ଠାତା ମଞ୍ଜୁ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମାନେ ମଧ୍ୟ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।