ରାଉରକେଲା : ରାଉରକେଲାରେ ପ୍ରସ୍ତୁତ କରାଯାଉଛି ବିଶାଳକାୟ ଦୀପ।। ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଲୋକାର୍ପଣ ଦିନ ଏହାକୁ ପ୍ରଜ୍ବଳିତ କରାଯିବ।

0 412

ରାଉରକେଲା : ୧୨/୧ (ସତ୍ୟାନ୍ୟୁଜ) ତିଆରି ଚାଲିଛି ବିଶାଳକାୟ ଦୀପ। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ଲୋକାର୍ପଣ ହେବାକୁ ଥିବା ବେଳେ ରାଉରକେଲାରେ ଚାଲିଛି ଏଥିଲାଗି ପ୍ରସ୍ତୁତି। ଉକ୍ତ ଦିନକୁ ସହରରେ ଉତ୍ସବ ମୁଖର କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରୟାସ କରାଯାଉଛି। ଏହି କ୍ରମରେ ସହରର ଏକ ଅଗ୍ରଣୀ ସଙ୍ଗଠନ ପକ୍ଷରୁ ୫ ଫୁଟ ଉଚ୍ଚତା ଏବଂ ୧୨ ଫୁଟ ଗୋଲେଇର ଏକ ଦୀପ ପ୍ରସ୍ତୁତ କରାଯାଉଛି। ୨୨ ତାରିଖ ଦିନ ଏହି ଦୀପକୁ ହନୁମାନ ବାଟୀକାରେ ପ୍ରଜ୍ବଳନ କରାଯିବ। ଏହା ପୂର୍ବରୁ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ଦୀପକୁ ସହର ପରିକ୍ରମା କରାଯିବ। ରାଉରକେଲା – ବନ୍ଧମୁଣ୍ଡା ରୋଡ଼ରେ ଥିବା ଶମ୍ଭୁ ମୂର୍ତ୍ତି ଷ୍ଟୋର ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି।

Leave A Reply

Your email address will not be published.