ରାଉରକେଲା : ଆଗେ ଥଇଥାନ ପରେ ଉଚ୍ଛେଦ ଦାବିରେ ବିଧାୟକଙ୍କ ଘର ସମ୍ମୁଖରେ ବିକ୍ଷୋଭ।। ହିଲ୍ ଟପ୍ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ।

0 362

ରାଉରକେଲା : ୧୧/୧ (ସତ୍ୟାନ୍ୟୁଜ) ରାଉରକେଲା ୨୦ ନମ୍ବର ସ୍ଥିତ ହିଲ୍ ଟପ୍ ବସ୍ତିର ଲୋକମାନେ ଗୁରୁବାର ଦିନ ରଘୁନାଥପାଲି ବିଧାୟକଙ୍କ ଘର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବସ୍ତି ଖାଲି କରିବାକୁ ରାଉରକେଲା ଇସ୍ପାତ କାରଖାନା ସହର ସେବା ପ୍ରଶାସନ ପକ୍ଷରୁ ନୋଟିସ ପାଇବା ପରେ ବସ୍ତି ବାସିନ୍ଦା ସେମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଆଗେ ଥଇଥାନ ପରେ ଉଚ୍ଛେଦ ଦାବିରେ ବିଧାୟକଙ୍କ ଘର ସମ୍ମୁଖରେ ବସ୍ତି ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାୟକ ସୁବ୍ରତ ତାରାଇ ଏବେ ଭୁବନେଶ୍ୱରରେ ଥିବାରୁ ଫୋନ ମାଧ୍ୟମରେ ବସ୍ତିର କେତେକ ଲୋକଙ୍କ ସହ କଥା ହୋଇଥିଲେ। ଆସନ୍ତାକାଲି ବିଧାୟକ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Leave A Reply

Your email address will not be published.